ଆରଡି : ଆରଡି ଫାଣ୍ଡି ଅଧିନସ୍ଥ ମୁଆଁଗାଁର ଘନଶ୍ୟାମ ଦାସ(୫୨) ଗାଁ ନିକଟସ୍ଥ ନଇଯୋରକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ବୈତରଣୀ ନଦୀର ପ୍ରଖର ବନ୍ୟା ସ୍ରୋତରେ ଭାସି ଯାଇଥିଲେ । ନିକଟରେ ଥିବା ଲୋକ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିମିଷକ ମଧ୍ୟରେ ନଦୀ ମଧ୍ୟକୁ ଚାଲିଯାଇଥିଲେ। ଏପରିକି ଗାଁ ଲୋକ ଡଙ୍ଗା ଓ ଜାଲ ଦ୍ବାରା ଖୋଜା ଖୋଜି କରିଥିଲେ ମଧ୍ୟ ନପାଇବାରୁ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର ବୋଟ ଦ୍ବାରା ନଦୀ ମଧ୍ୟକୁ ଯାଉଥିବା ବେଳେ ଯାନ୍ତ୍ରିକ ତୃଟି ଯୋଗୁ ହଠାତ ଅଚଳ ହୋଇଯାଇଥିଲା ଉଦ୍ଧାରକାରୀ ବୋଟ। ଫଳରେ ନଦୀ ସ୍ରୋତରେ ଭାସିଯାଇଥିଲେ ବୋଟରେ ଥିବା ୫ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକ। ଏପରିକି ବୋଟଟି ଦୀର୍ଘ ୨କିମି ଭାସିଯିବା ଫଳରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ପ୍ରଚେଷ୍ଟାରେ ବୋଟଟି କାର୍ଯ୍ୟକ୍ଷମ ହେବା ପରେ ସୁରକ୍ଷିତ ଅବସ୍ଥାରେ କୂଳକୁ ଫେରିଥିଲେ ୮ଜଣ।
Popular Categories



