ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ

ଆଠଗଡ : ଆଠଗଡ ମୁଖ୍ୟ କ୍ରୀଡାଙ୍ଗନରେ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କ୍ରୀଡା ସଂସଦ ଆନୁକୁଲ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ସଂସଦର କନିଷ୍ଠ ଓ ବରିଷ୍ଠ ଦଳ ମଧ୍ୟରେ ଆୟୋଜିତ ଏହି ଫୁଟବଲ ମ୍ୟାଚରେ କନିଷ୍ଠ ଦଳ ବରିଷ୍ଠ ଦଳକୁ ୩-୨ ଗୋଲରେ ପରାସ୍ତ କରିଥିଲେ । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ସୋମନାଥ ଭକ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଫୁଟବଲ ଖେଳାଳୀ ପ୍ରାଣକୃଷ ବାରିକ, ନିରଞ୍ଜନ ଦାସ ଓ ପ୍ରଭାସ କୁମାର ଜଗତି ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସନ୍ତୋଷ ସ୍ୱାଇଁ, ତ୍ରିଲୋଚନ ବାରିକ ଓ ଅନାମ ସାମଲ ରେଫରି ଭାବେ ଖେଳ ପରିଚାଳନା କରିଥିଲେ।

Comments are closed.