www.samajalive.in
Monday, December 15, 2025
16.1 C
Bhubaneswar

୪ର୍ଥ ଦିନରେ ବନ୍ୟାର ବ୍ୟଥା : ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇବାକୁ ଦାବି

ବନ୍ୟାରେ ସଢିଗଲା ଚାଷୀର ଶ୍ରମ, ପାଣି ଖସୁଥିବା ନେଇ ଲୋକେ ଆଶ୍ୱସ୍ତ
ଏବେ ବି ବୁଡ଼ିରହିଛି ବଡ଼ମ୍ବାର ଭଟ୍ଟାରିକା ଏବଂ ସିଂହନାଥ ପୀଠ, ଅସ୍ଥାୟୀ ଭାବେ ଚଳନ୍ତି ପ୍ରତିମାର ପୂଜାର୍ଚ୍ଚନା
ବଡ଼ମ୍ବା ବ୍ଲକର ହଜାର ହଜାର ଏକର ଚାଷଜମିରେ ବନ୍ୟାଜଳ
ପାଣିରେ ସଢିଲା ଖରିଫ ଧାନ ସମେତ ପନିପରିବା ଫସଲ 

ବଡ଼ମ୍ବା : ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ବନ୍ୟାଜଳ କିଛିଟା ହ୍ରାସ ପାଇଛି । ସାମାନ୍ୟ ଭାବେ ପ୍ରଭାବିତ ଅଞ୍ଚଳର ଲୋକେ ଯଦିଓ କିଛିଟା ଆଶ୍ୱସ୍ତ ହୋଇଛନ୍ତି ତେବେ ହୀରାକୁଦରୁ ପାଣି ଛଡ଼ାଯିବା ଜାଣି ନଦୀକୂଳିଆ ଲୋକଙ୍କ ମନରୁ ଭୟ ଯାଇନଥିବା ଜାଣିବାକୁ ମିଳିଛି । ମହାନଦୀ ବନ୍ୟାର ୪ର୍ଥ ଦିନରେ ମଧ୍ୟ ବଡ଼ମ୍ବାର ପ୍ରସିଦ୍ଧ କ୍ଷେତ୍ର ମା ଭଟ୍ଟାରିକା ଏବଂ ସିଂହନାଥ ଦେବଙ୍କ ମନ୍ଦିର ଏବେ ବି ବନ୍ୟାଜଳରେ ବୁଡ଼ିରହିଛି । ସୁରକ୍ଷା ଦୃଷ୍ଟିରୁ ୧୪୪ଧରା ପୀଠରେ ଜାରି କରାଯାଇଥିବା ବେଳେ କଟକଣା ଭିତରେ ସେବାସୀଙ୍କ ଦ୍ୱାରା ଅସ୍ଥାୟୀ ମନ୍ଦିରରେ ଠାକୁରଙ୍କ ଚଳନ୍ତି ପ୍ରତିମାରେ ଦୈନନ୍ଦିନ ପୂଜାର୍ଚ୍ଚନା କରାଯାଉଛି। ବିପଦ ନଥିଲେ ବି ବନ୍ୟାରେ ବିଶେଷଭାବେ ପ୍ରଭାବିତ ବାଙ୍ଗେରିସିଂହା, ଲଟାକାନ୍ଥ(ନୂଆ ବାଙ୍ଗେରିସିଂହା), ନରଣପୁର, ଯୋଡ଼ୁମ, ଶଂଖାମେରୀ, ଗୋବର୍ଦ୍ଧନପୁର ଆଦି ଗ୍ରାମର ଲୋକେ ଏବେ ବି ପାଣି ଘେରରେ ଦିନ ବିତାଉଛନ୍ତି । ଅନ୍ୟପକ୍ଷରେ ଚଳିତ ବନ୍ୟାରେ ବଡ଼ମ୍ବା ବ୍ଲକର ଦୁଇ ତୃତୀୟାଂଶ ଚାଷଜମିରେ ବନ୍ୟାଜଳ ମାଡ଼ିଯାଇ କୃତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି । ହଜାର ହଜାର ଏକର ଚାଷଜମିରେ ମହାନଦୀର ପଛୁଆ ବନ୍ୟାଜଳ(ବ୍ୟାକଲଗ ୱାଟର) ମାଡ଼ିଯାଇଛି । ଫଳସ୍ୱରୁପ ଚାଷଜମିରେ ରୁଆ ଧାନ, ରୁଆ ହେବାକୁଥିବା ଗଜା ଧାନ ତଳି ସହିତ ପୋଟଳ, ଜହ୍ନି, ଭେଣ୍ଡି, ବାଇଗଣ, କଖାରୁ ଆଦି ପନିପରିବା ଚାଷ ଉଜୁଡ଼ି ଯାଇଛି । କୃଷିକ୍ଷେତ୍ରରେ ଲକ୍ଷଲକ୍ଷ ଟଙ୍କାର ଫସଲ ନଷ୍ଟ ହୋଇଯାଇଥିବା ବେଳେ ଚାଷୀର ଶ୍ରମକୁ ବନ୍ୟାପାଣି ସଢାଇ ଦେଇଛି।

- Advertisement -

ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ଲଟାକାନ୍ଥ, ନରଣପୁର ଅଞ୍ଚଳକୁ ନିୟମିତ ବିଦ୍ୟୁତ ସରବାରହରେ ବ୍ୟାଘତ ଯୋଗୁଁ ଲୋକେ ଅନ୍ଧକାରରେ ରାତି କାଟୁଥିବା ବେଳେ ବନ୍ୟାଜଳରେ ଆସୁଥିବା ସରିଶୃପଙ୍କୁ ନେଇ ନିରାପଦ ମଣୁନଥିବା ପ୍ରକାଶ କରିଛନ୍ତି। ସେହିଭଳି ଲଟାକାନ୍ଥରେ ବନ୍ୟା ସମୟରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି। ଗାଁରେ ଥିବା ନଳକୂପ ଏବଂ ଲୋକେ ନିର୍ଭର କରୁଥିବା ଏକ ଖୋଲାକୂଅ ବନ୍ୟାଜଳରେ ବୁଡ଼ିରହିଥିବା ବେଳେ ନଳକୂଅରୁ ଗନ୍ଧଯୁକ୍ତ ବ୍ୟବହାର ଅନୁପଯୋଗି ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି । ବନ୍ୟା ସମୟରେ ଆପତ୍ତି ସତ୍ୱେ ପ୍ରଶାସନ ସେମାନଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ନଦେବା ସାଧାରଣରେ ବିଡ଼ମ୍ବନା ମନେକରାଯାଉଛି । ସ୍ୱାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ବନ୍ୟାଞ୍ଚଳରେ ବଢିପାଣି ଛାଡ଼ିବା ପର୍ଯ୍ୟନ୍ତ ଟ୍ୟାଙ୍କର ଟ୍ୟାଙ୍କର ଯୋଗେ ଅସ୍ଥାୟୀ ଭାବେ ପାନୀୟଜଳ ଯୋଗାଇଦେବାକୁ ପ୍ରଭାବିତ ଲୋକେ ଦାବି କରିଛନ୍ତି।
ବନ୍ୟା ପରିସ୍ଥିତିକୁ ନେଇ ବିଧାୟକଙ୍କ ଜରୁରୀ ସମୀକ୍ଷା
ବଡ଼ମ୍ବା ବ୍ଲକରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏକ ଜରୁରୀ ସମୀକ୍ଷା ବୈଠକ ଡାକିଥିଲେ । ବ୍ଲକ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଗହଣରେ ଅନୁଷ୍ଠିତ ଉକ୍ତ ବୈଠକରେ ବ୍ଲକର ୨୦ଟିରୁ ଅଧିକ ପଞ୍ଚାୟତ ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ୬ଟି ଗ୍ରାମର ଲୋକେ ଜଳବନ୍ଦିର ସମ୍ମୁଖୀନ ହୋଇଥିବା ପ୍ରକାଶ । ବ୍ୟାପକଭାବେ ବନ୍ୟାରେ ଫସଲହାନୀ ଘଟିଥିବା ବେଳେ କ୍ଷୟକ୍ଷତିର ଉଚିତ ଆକଳନ କରିବାକୁ ଏହି ଅବସରରେ ରାଜସ୍ୱ ବିଭାଗକୁ ବିଧାୟକ ନିର୍ଦେଶ ଦେଇଥିଲେ ।

ଧନଜୀବନର ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ପ୍ରାଣୀଧନଙ୍କ ନିମିତ ଗୋଖାଦ୍ୟ ତଥା ଚିକିତ୍ସା ସେବା, ପାନୀୟ ଜଳ ଓ ପରିମଳ ଆଦିର ବ୍ୟବସ୍ଥିତ ପରିଚାଳନା ଦିଗରେ ସଂପୃକ୍ତ କର୍ତ୍ତୃପକ୍ଷ ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟ ଶ୍ରୀ ମିଶ୍ରଙ୍କ ସହିତ ଆଠଗଡ଼ ଉପଜିଲାପାଳ ହେମନ୍ତକୁମାର ସ୍ୱାଇଁ, ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ତହସିଲଦର ତପନକୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ରବିନ୍ଦ୍ରକୁମାର ସାହୁଙ୍କ ସମେତ ବନ୍ୟା ପ୍ରଭାବିତ ଅଞ୍ଚଳର ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories