www.samajalive.in
Sunday, December 7, 2025
23.1 C
Bhubaneswar

ନବରାତ୍ରୀରେ କନ୍ୟାଙ୍କୁ ଦିଅନ୍ତୁ ଏହି ସ୍ବତନ୍ତ୍ର ଉପହାର

ଆପଣ ଚାକିରୀ କରୁଥିଲେ ଟଙ୍କାପଇସାର ଅଭାବ ରହୁଥିଲେ ନବରାତ୍ରୀ ଦିନ ପୂଜା କରିବା ଉଚିତ। ଏପରି କରିବା ଦ୍ବାରା ଟଙ୍କାର ଅଭାବ ଦୂର ହୋଇଥାଏ। ନବରାତ୍ରୀର ନଅଦିନରେ ମା ଦୁର୍ଗାଙ୍କୁ ନଅଟି ରୂପରେ ପୂଜା କରିବାର ପରମ୍ପରା ରହିଛି। ହିନ୍ଦୁଶାସ୍ତ୍ର ଅନୁସାରେ ଏହି ନଅ ଦିନ କନ୍ୟା ମାନଙ୍କୁ କିଛି ଉପହାର ଦେବା ଦ୍ବାରା ଚାକିରୀ କ୍ଷେତ୍ରରେ ସମସ୍ୟା ଓ ଅର୍ଥାଭାବ ଦୂର ହୋଇଥାଏ। ଆସନ୍ତୁ ଜାଣିବା ନବରାତ୍ରୀର ନଅଦିନରେ କନ୍ୟାମାନଙ୍କୁ କ’ଣ ଉପହାର ଦେବା..
ନବରାତ୍ରୀରେ କନ୍ୟାମାନଙ୍କୁ ଲାଲ ରଙ୍ଗର ଚୁନରୀ, ରୁମାଲ କିମ୍ବା ପିନ୍ଧିବା ପାଇଁ କିଛି ପୋଷାକ ଉପହାର ରୂପେ ଦିଅନ୍ତୁ। ଏପରି କରିବା ଦ୍ବାରା ତାଙ୍କ ଜୀବନରେ ଆସୁଥିବା ଅନେକ ସମସ୍ୟା ଦୂର ହୋଇଯାଏ।
ନବରାତ୍ରୀରେ କନ୍ୟାମାନଙ୍କ ଶୃଙ୍ଗାର କରିବା ନିମନ୍ତେ ଚୁଡି, ବିନ୍ଦି, କଜଳ, ମେହେନ୍ଦୀ ଇତ୍ୟାଦି ଉପହାର ଦିଅନ୍ତୁ। ଏପରି କରିବା ଦ୍ବାରା ମା’ ସୌଭାଗ୍ୟ ଓ ସନ୍ତାନ ପ୍ରାପ୍ତିର ଆଶୀର୍ବାଦ ଦେଇଥାନ୍ତି।
କନ୍ୟାମାନଙ୍କୁ ଖେଳିବା ନିମନ୍ତେ କିଛି ଖେଳନା ଉପହାର ସ୍ବରୂପ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଘରର ପିଲାମାନେ ସଂସ୍କାରୀ ହେବା ସହ ଉଚ୍ଚ ଶିକ୍ଷିତ ହୋଇଥାନ୍ତି।
ନବରାତ୍ରୀର ସପ୍ତମ ଦିନକୁ ମାଆ ସରସ୍ବତୀଙ୍କ ଦିନ ବୋଲି କୁହାଯାଏ। ତେଣୁ ଏହି ଦିନ କନ୍ୟାମାନଙ୍କୁ ପାଠପଢା ସମ୍ବନ୍ଧିତ କିଛି ଦ୍ରବ୍ୟ ପ୍ରଦାନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ଜୀବନରେ ସଫଳତା‌ ମିଳିଥାଏ।
ନବରାତ୍ରୀର ଅଷ୍ଟମ ଦିନରେ କୌଣସି ଶିଶୁ କନ୍ୟାଙ୍କୁ ଶୃଙ୍ଗାର କରି ବା ସଜେଇ ନିଜେ ତାଙ୍କୁ ପୂଜା କରନ୍ତୁ। ତାଙ୍କ ପାଦରେ କ୍ଷୀର ଢାଳି ଧୁଅନ୍ତୁ। ତାପରେ କନ୍ୟାଙ୍କୁ ବସ୍ତ୍ର ଓ କିଛି ଟଙ୍କା ଉପହାର ଦିଅନ୍ତୁ। ଉପହାର ଦେବା ପରେ କନ୍ୟାଙ୍କୁ ତାଙ୍କ ଘରେ ନିଜେ ଛାଡି ଦେଇ ଆସନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ମାନ-ସମ୍ମାନ ବଢିଥାଏ।
ନବରାତ୍ରୀର ଶେଷ ଦିନରେ କନ୍ୟାଙ୍କୁ ଖିରି ଓ ପୁରୀ ଖାଇବାକୁ ଦିଅନ୍ତୁ। ଏହି ଖାସ ଦିନରେ କନ୍ୟାମାନଙ୍କ ହାତରେ ମେହେନ୍ଦୀ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ବାରା ମା’ଙ୍କ ବିଶେଷ କୃପା ଲାଭ ହୋଇଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories