www.samajalive.in
Monday, December 15, 2025
14.1 C
Bhubaneswar

ଜମିଜମାକୁ କେନ୍ଦ୍ରକରି ୨ ଭାଇଙ୍କୁ ଟ୍ରାକ୍ଟର ମଡାଇ ହତ୍ୟା ଉଦ୍ୟମ ମାମଲା, ଜଣେ ମୃତ

ନବରଙ୍ଗପୁର: ଏକ ଜମିଜମାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଟ୍ରାକ୍ଟର ମଡାଇ ହତ୍ୟା ଉଦ୍ୟମ କରିବା ସହ ଜଣଙ୍କୁ ଛୁରାମାଡ କରାଯାଇଛି। ଗୁରୁତର ଦୁଇ ଭାଇଙ୍କୁ ଚିକିତ୍ସାଧୀନ ରହିଥିବାବେଳେ ଜଣଙ୍କର କଟକ ମେଡିକାଲ କଲେଜରେ ମୃତ୍ୟୁ ଘଟିଛି। ମୃତକ ହେଲେ ଡମ୍ବରଧର ପୂଜାରୀ। ଡମ୍ବରୁ ଙ୍କର ଛାତିରେ ଛୁରାମାଡ ହୋଇଥିଲା। ସେ ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟଡାକ୍ତରଖାନାରୁ କୋରାପୁଟ ମେଡିକାଲ କଲେଜକୁ ପଠାଯାଇଥିଲା। ତେବେ ସେଠାରେ ମଧ୍ୟ କୌଣସି ଉନ୍ନତି ନହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ସର୍ଜରୀ ବିଭାଗରେ ରଖା ଯାଇଥିବା ବେଳେ ଗୁରୁତର ଥିବାରୁ ସନ୍ଧ୍ୟାରେ ଆସିୟୁରେ ରଖାଯାଇଥିଲା। ତେବେ ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି। ଡମ୍ବରୁଙ୍କର ଶବ ବ୍ୟବଛେଦ କରାଯିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ସେଠାରେ ଥିବା ମୃତ ଡମ୍ବରୁଙ୍କ ସାନ ଭାଈ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଶିକ୍ଷକ ସଂଘର ସଭାପତି ଚନ୍ଦ୍ର ପ୍ରଭାକର ପୂଜାରୀ ଶବଧରି ଗାଁକୁ ଫେରୁଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଅନ୍ୟତମ ଗୁରୁତର ଆହତ ପଦଲାମ ପୂଜାରୀ କୋରାପୁଟ ମେଡିକାଲରେ ଚିକତ୍ସିତ ହେଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ବ୍ଲକ ତଥା କୋଡିଙ୍ଗାଥାନା ଅନ୍ତର୍ଗତ ବାରମାସି ଗାଁରେ ଜମିଜମାକୁ ନେଇ ବହୁ ଦିନରୁ ବିବାଦ ଲାଗି ରହିଥିଲା। ଦୁଇ ଭାଇ ପଦଲାମ ପୂଜାରୀ ଓ ଡମ୍ବରୁଧର ପୂଜାରୀ ସମେତ ମାଳତିପୂଜାରୀ, କନକ ପୂଜାରୀ ଓ ପିତାମ୍ବର ପୂଜାରୀ ପ୍ରମୂଖ ତାଙ୍କର ପରିବା ବାଡରେ ବିନ୍‍ସ୍‍ ତୋଳୁଥିବା ବେଳେ ହଠାତ ଏକ ଟ୍ରାକ୍ଟରରେ ଗ୍ରାମର ଅନନ୍ତପୂଜାରୀ, ଶିବ ପୂଜାରୀ, ଚନ୍ଦନ ପୂଜାରୀ, ଶଙ୍କର ପୂଜାରୀ ଓ ଡାଳିମ୍ବ ପୂଜାରୀ ଆସି ବିନ୍‍ସ୍‍ ପରିବା ବାଡ ଭିତରକୁ ପଶିଯାଇ ବିନ୍‍ସ୍‍ ତୋଳୁଥିବା ପଦଲାମଙ୍କର ଉପରକୁ ଟ୍ରାକ୍ଟର ମଡାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଡ୍ରାକ୍ଟର ଆଗ ଚକାରେ ପଡ଼ି ପଦଲାମଙ୍କର ଦୁଇଟି ଗୋଡ ଭାଙ୍ଗିଯାଇଥିବା କୁହାଯାଇଛି। ଏହାପରେ ଡମ୍ବରୁଧରକୁ ଆକ୍ରମଣ କରି ତାଙ୍କର ବାମ ପଟ ଛାତିରେ ଛୁରିରେ ଭୁଷି ଦେଇଥିଲେ। ଏସଂପର୍କରେ କୋଡିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories