www.samajalive.in
Sunday, December 7, 2025
18.1 C
Bhubaneswar

ପିପିଲିରେ ‘ଅହିଂସା ରଥ’କୁ ସ୍ୱାଗତ

ପିପିଲି: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ସେହି ଆଧାରରେ ସ୍ୱାଧୀନତା ସଂଗ୍ରାମ ତଥା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଓ ଓଡ଼ିଶାର ବରପୁତ୍ରମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସନ୍ନିବେଶିତ କରାଯାଇ ସର୍ବସାଧାରଣଙ୍କୁ ତାହାର ପ୍ରଦର୍ଶନ ଉଦ୍ଦେଶ୍ୟରେ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବାହାରିଥିବା ‘ଅହିଂସା ରଥ’ ଭିଡିଓ ଗାଡିକୁ ମଙ୍ଗଳବାର ପୂର୍ବାହ୍ନରେ ପିପିଲିର ଗୁଡିଆପୋଖରୀ ବଜାରଠାରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଭରପୁର ସ୍ୱାଗତ କରାଯାଇଛି।

ପୁରୀ ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ଜିଲା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପିପିଲି ବିଡିଓ ରଶ୍ମିତା ନାଥ, ସିଡିପିଓ ସ୍ନେହଲତା ନାୟକ, ଏନଏସି ନିର୍ବାହୀ ଅଧିକାରୀ ପୂଜା ରାଉତ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ପୌରଧ୍ୟକ୍ଷ ସେକ୍‍ ବାବୁ, ଓଏଲ୍‍ଏମ୍‍ ବିପିଏମ୍‍ ପ୍ରମୋଦିନି ବେହେରା, ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ସଂଯୋଜକ ପ୍ରକାଶ ମିଶ୍ର ପ୍ରମୁଖ ଗୁଡିଆପୋଖରୀ ବଜାରଠାରେ ଏହି ସ୍ୱାଧୀନତା ସଂଗ୍ରାମ ସ୍ମୃତି ଅହିଂସା ରଥକୁ ସ୍ୱାଗତ କରିଥିଲେ। ପରେ ପିପିଲି ସହର ପ୍ରବେଶ ପଥ ଠାରୁ ଘୋଡା ନାଚ ଓ ସ୍କୁଲ ପିଲାଙ୍କ ଡ୍ରମ ବାଦନର ଶୋଭାଯାତ୍ରାରେ ଏହି ରଥକୁ ସ୍ଥାନୀୟ ଜବାହର ବିଦ୍ୟାପୀଠକୁ ଅଣାଯାଇଥିଲା। ସେଠାରେ ଜବାହର ବିଦ୍ୟାପୀଠ, ପିପିଲି ନୋଡାଲ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସ ସଂପର୍କୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅହିଂସା ରଥରେ ଥିବା ପରଦାରେ ସ୍ୱାଧୀନତା ସଂଗ୍ରାମର ସ୍ମୃତି ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ‘ଇତିହାସ ପୃଷ୍ଠାରେ ପିପିଲି’ ପୁସ୍ତକକୁ ପରିଷଦର ମୁଖ୍ୟ ରମେଶ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ବଣ୍ଟନ କରିଥିଲେ।

- Advertisement -

ଏହି ଅହିଂସା ରଥ ପିପିଲି ପୌରାଞ୍ଚରର ଚାନ୍ଦୁଆବଜାର, ହାଟଛକ, ମେଡିକାଲଛକ, ବ୍ଲକଛକ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁରବଜାର, ଦୁର୍ଗାଦାସପୁର, ସାତଶଙ୍ଖ ବଜାର, ବୀରପୁରୁଷୋତ୍ତମପୁର, ପୋଡଙ୍ଗ ଛକ, ହାଟସାହି ବାଜପେୟୀ ଛକଠାରେ ଏହି ରଥକୁ ସ୍ୱାଗତ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଅହିଂସା ରଥରେ ସ୍ୱାଧୀନତା ସଂଗ୍ରାମ ସ୍ମୃତି ପ୍ରଦର୍ଶିତ ହେବା ସହ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories