ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ଭୁବନେଶ୍ବର: ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌ । ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଡ୍ୟାମରେ ୮ଟି ଗେଟ୍‌ ବନ୍ଦ ହେବା ଯୋଗୁ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ୩୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିଲା । ହେଲେ ବନ୍ୟା ସମ୍ଭାବନା ବଢ଼ିବାରୁ ୮ଟି ଗେଟକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି । ସେପଟେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଦେବୀ ନଦୀ ବିପଦ ସଙ୍କେଦ ଟପିଥିବା ବେଳେ ଯାଜପୁରର କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି । ଫଳରେ ଦଶରଥପୁରରେ ବନ୍ୟାପାଣି ପଶିଛି ।

kalyan agarbati

Comments are closed.