ଖୋଲିଲା ହୀରାକୁଦର ୧୦ଟି ଗେଟ୍‍

ହୀରାକୁଦ : ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଜଳ ଭଣ୍ଡାରର ଜଳପତ୍ତନ ଗୁରୁବାର ଅପରାହ୍ନରେ  ୬୧୨.୯୩ ଫୁଟ ରହିଛି । ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଏବେ ୧୦ଟି ସ୍ଲୁଇସ୍‍ ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି । ବାମପଟର ୬ଟି ଗେଟ୍‍ ଖୋଲାଯାଇଥିବାବେଳେ ଡାହାଣପଟେ ୪ଟି ଗେଟ୍‍ ଖୋଲାଯାଇଛି । ଗୁରୁବାର ପୂର୍ବାହ୍ନରେ ପ୍ରଥମେ ୫ଟି ସ୍ଲୁଇସ୍‍ ଗେଟ୍‍ ଖୋଲାଯାଇଥିବା ବେଳେ ପରେ ଅପରାହ୍ନରେ ଆଉ ୫ଟି ସ୍ଲୁଇସ୍‍ ଗେଟ୍‍ ଖୋଲାଯାଇଛି।

prayash

ଏବେ ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୮୩ ହଜାର ୭୮୪ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୯୧ ହଜାର ୫୭୪ ଘନ ଫୁଟ ଜଳ ନିଷ୍କାସିତ ହେଉଛି।

kalyan agarbati

Comments are closed.