www.samajalive.in
Sunday, December 14, 2025
17.1 C
Bhubaneswar

ଚା’ସହ ଏକାଠି ଏସବୁ ଜିନିଷ ଖାଉଥିଲେ ସାବଧାନ..

ଅଧିକାଂଶ ଲୋକେ ଚା’ ପିଇବାକୁ ପସନ୍ଦ କରନ୍ତି। ଥରେ ନୁହେଁ ଦିନରେ ୩ ରୁ ୪ ଥର ମଧ୍ୟ ପିଇଥାଆନ୍ତି। ଅନେକ ଲୋକେ ଚା’ ପିଇବା ସମୟରେ ଏହାସହ ମିଶାଇ ଲୁଣିଆ ଓ ଛଣାଛଣି ଜିନିଷ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ମାତ୍ର ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‍ ପାଇଁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜାଣନ୍ତୁ..
ବିଶେଷ କରି କ୍ଷୀରରେ ପ୍ରସ୍ତୁତ ଜିନିଷ ସହ କୌଣସି ଲୁଣିଆ କିମ୍ବା ଛଣାଛଣି ଜିନିଷ ଖାଇବା ଉଚିତ ନୁହେଁ। ଚା’ ପ୍ରସ୍ତୁତ କରିବା ସମୟରେ କ୍ଷୀର ବ୍ୟବହାର କରାଯାଇଥାଏ। ତେଣୁ ଚା’ ସହ ଲୁଣିଆ ଜିନିଷ ଏକାଠି ଖାଉଥିଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ବାନ୍ତି ସମସ୍ୟା ମଧ୍ୟ ହୋଇଥାଏ।
ବିଭିନ୍ନ ପ୍ରକାରର ଲୁଣିଆ ଜିନିଷ ପ୍ରସ୍ତୁତିରେ ଖୁଆ ବ୍ୟବହାର କରାଯାଇଥାଏ। ଖୁଆ ପ୍ରସ୍ତୁତ ଲୁଣିଆ ଜିନିଷ ଚା’ ସହ ମିଶାଇ ଖାଇଲେ ଏସିଡିଟି ଅଧିକ ମାତ୍ରାରେ ହୋଇଥାଏ। ଭୋକର ମାତ୍ରା କମ ହୋଇଥାଏ।
ଅନେକ ଥର ଲୁଣିଆ ଜିନିଷର ସ୍ୱାଦ ଖଟା-ମିଠା ହୋଇଥାଏ। ଚା’ସହ ଏହାର ସେବନ କରିବା ଦ୍ୱାରା ବଦହଜମି ଓ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ।
ଚା’ସହ ହଳଦୀ ବ୍ୟବହାର ହୋଇଥିବା ଜିନିଷ ଖାଇବା ଉଚିତ। ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ହଜମ କ୍ରିୟା ସଠିକ ଭାବେ କାର୍ଯ୍ୟ କରିନଥାଏ।
ଚା’ସହ ବେସନରେ ପ୍ରସ୍ତୁତ ଲୁଣିଆ ଜିନିଷ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ସେହିପରି ଚା’ସହ ଛଣାଛଣି ଜିନିଷ ଏକାଠି ଖାଇବା ଦ୍ୱାରା ଛାତି ଓ ଗଳାରେ ଜଳାପୋଡା,ପେଟ ଦରଜ,ଖାଦ୍ୟ ଖାଇବାକୁ ଇଚ୍ଛା ନ ହେବା ଭଳି ଅନେକ ସମସ୍ୟା ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories