ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଭୁବନେଶ୍ବର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ରାଜସ୍ବ ନିରୀକ୍ଷକ। ଗଞ୍ଜାମ ଜିଲା କୋଦଳା ତହସିଲ ଅନ୍ତର୍ଗତ କେ. ବରିଡ଼ା ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝି ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଜବତ ବାଲି ଟ୍ରକ୍ ଛାଡ଼ିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ ଦେବାଶିଷ ମାଝି।ନିଜ କାର୍ଯ୍ୟାଳୟ ଭିତରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏହାପରେ ଆରଆଇଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି।

kalyan agarbati

Comments are closed.