www.samajalive.in
Monday, December 8, 2025
27.1 C
Bhubaneswar

ଗାଡ଼ି ମଡ଼ାଇଦେବା ଘଟଣା; ମୁଁ ଆଦୌ ଅନୁତପ୍ତ ନୁହେଁ କହିଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବାଣପୁରରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକ ଜାମିନ ପାଇ ଜେଲରୁ ମୁକୁଳିବା ପରେ ସେ କହିଛନ୍ତି, ମୁଁ ଘଟଣାକୁ ନେଇ ଆଦୌ ଅନୁତପ୍ତ ନୁହେଁ । ମୋର ଏହି ଘଟଣାରେ କିଛି ଭୁଲ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ତାହା ସହ ସେ ଆହୁରି କହିଛନ୍ତି କି, ବାଣପୁରରେ ବିଜେପି କର୍ମୀମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ବ୍ଲକ ଅଫିସ ନିକଟରେ ଏହି କାଣ୍ଡ ଘଟିଥିଲା । ମୋତେ ମାରି ଦେବାକୁ ଉଦ୍ୟମ କରାଯାଇଥିଲା । ଠେଙ୍ଗାରେ ମୋତେ ପ୍ରବଳ ମାଡ଼ ମରାଯାଇଥିଲା । ମାଡ଼ରେ ମୋର ଚେତାଶୂନ୍ୟ ହୋଇଯିବାରୁ ଏକ୍ସିଲେଟରରେ ଗୋଡ଼ ଚାପି ହୋଇଯାଇଥିଲା ।

ତାହାଛଡ଼ା ଗାଡ଼ିରେ ମଦ ବୋତଲ ଓ ନମ୍ବର ପ୍ଲେଟ୍‍ ବଦଳ କାର୍ଯ୍ୟ ବି ବିଜେପିର ଷଡ଼ଯନ୍ତ୍ର ଥିଲା ବୋଲି ସେ କହିଛନ୍ତି । ମୁଁ ଘଟଣାସ୍ଥଳରେ ମଦ୍ୟପାନ କରିନଥିଲି । ପିଇବା ଛାଡ଼ି ସାରିଛି । ସକାଳ ୭ଟାରୁ କିଏ ମଦ ପିଏ ବୋଲି ମଧ୍ୟ କହିଛନ୍ତି ବିଧାୟକ । ଏହା ସହିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳ କଥା ମଧ୍ୟ ଉଠାଇଛନ୍ତି । ଦଳ ବହିଷ୍କାର କରିଛି, କିନ୍ତୁ ପୁଣି ଥରେ ଦଳ ତାଙ୍କୁ ଗ୍ରହଣ କରି ଟିକେଟ୍‍ ଦେବ ବୋଲି ସେ ଆଶା ରଖିଥିବା କହିଛନ୍ତି । ଖାଲି ଏତିକି ନୁହେଁ, ସ୍ୱାଧୀନ ଭାବେ ସେ କେବେ ଲଢ଼ିବେ ନାହିଁ ।

- Advertisement -

ଦଳର ନେତା ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି । ମୁଁ ଏବେ ବି ଅନୁଭବ କରୁଛି ମୁଁ ବିଜେଡିରେ ଅଛି । ମୁଁ ଶୁଙ୍ଖଳିତ ବୋଲି ଦଳ ହୃଦ୍‍ବୋଧ କଲେ ମୋତେ ଦାୟିତ୍ୱ ଦେବ ବୋଲି ଆଶା କରୁଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories