www.samajalive.in
Sunday, December 7, 2025
13.1 C
Bhubaneswar

ଆଜି ମହାରାଷ୍ଟ୍ର କ୍ୟାବିନେଟର ସଂମ୍ପ୍ରସାରଣ ! ଦେବେନ୍ଦ୍ର ଫଡନାଭିସଙ୍କୁ ମିଳିପାରେ ଗୃହ ମନ୍ତ୍ରଣାଳୟ

ମହାରାଷ୍ଟ୍ର: ସରଗରମ ରହିଛି ମହାରାଷ୍ଟ୍ର ରାଜନୀତି । ଆଜି ମହାରାଷ୍ଟ୍ରରେ କ୍ୟାବିନେଟର ସଂମ୍ପ୍ରସାରଣ ହୋଇପାରେ । ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୧୪ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସକାଳ ୧୧ଟା ସମୟରେ ରାଜ ଭବନରେ ଶପଥ ଗ୍ରହଣ ଉତ୍ସବ ହେବା ନେଇ ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି କି, ଏହି କ୍ୟାବିନେଟ୍‌ ସମ୍ପ୍ରସାରଣରେ ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଗତକାଲି (ସୋମବାର) ଏନେଇ ସିନ୍ଦେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ  ପକ୍ଷରୁ ଆହୁରି କୁହାଯାଇଥିଲା କି, ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଖୁବଶୀଘ୍ର ଶେଷ ହେବ । ତେଣୁ ଆମେ କ୍ୟାବିନେଟ୍‌ ବିସ୍ତାର କରିବାକୁ ଯାଉଛୁ । ଏହି କ୍ୟାବିନେଟ୍‌ ସମ୍ପ୍ରସାରଣର ଶପଥ ଗ୍ରହଣ ଉତ୍ସବରେ କିଛି ବିଧାନ ପରିଷଦ ସଦସ୍ୟ ରହିବେ ବୋଲି ସୂଚନା ଦିଆଯାଇଥିଲା । କୁହାଯାଉଛି କି ଶିବସେନାରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରି ସିନ୍ଦେ ତାଙ୍କ ଆଡ଼କୁ ବହୁ ବିଧାୟକଙ୍କ ସମର୍ଥନ ଆଣିଥିଲେ ।

- Advertisement -

ତେଣୁ ଗତ ଗୋଟିଏ ମାସ ମଧ୍ୟରେ ସିନ୍ଦେ ୭ଥର ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରତ୍ୟେକ ଗସ୍ତ ପରେ କ୍ୟାବିନେଟ ବିସ୍ତାରକୁ ନେଇ କଳ୍ପନାଜଳ୍ପନା ଚାଲିଛି । ହେଲେ କ୍ୟାବିନେଟର ସଂମ୍ପ୍ରସାରଣ ହୋଇପାରିନାହିଁ । ଯାହାକି ତାଙ୍କ ପାଇଁ ଏକ କଷ୍ଟସାଧ୍ୟ କାର୍ଯ୍ୟ ପାଲଟିଛି ।

ଏହି ରାଜନୈତିକ ଘଟଣାକୁ ନେଇ କିଛି ରାଜନୈତିକ ପର୍ଯ୍ୟବେକ୍ଷକ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ତେଲେଙ୍ଗା ଅପେକ୍ଷା ମହାରାଷ୍ଟ୍ରରେ ମନ୍ତ୍ରୀ ପରିଷଦ ଗଠନ କରିବାରେ କମ୍‌ ବିଳମ୍ବ ହୋଇଛି । କାରଣ ୨୦୧୯ରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଦୁଇ ମାସରୁ ଅଧିକ ସମୟ ଧରି ମନ୍ତ୍ରୀ ମଣ୍ଡଳ ଗଠନ କରିବାକୁ ଅପେକ୍ଷା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories