www.samajalive.in
Monday, December 15, 2025
27.1 C
Bhubaneswar

ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସ୍ଥାୟୀ ପ୍ରତିକାର ଦାବି କଲେ ନବରଙ୍ଗପୁର ସାଂସଦ

ମାଲକାନଗିରି: ମାଲକାନଗିରି ଜିଲାର ମୋଟୁ ଓ ଏହାର ଆଖପାଖ ଅଞ୍ଚଳରେ ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସ୍ଥାୟୀ ପ୍ରତିକାର ଦାବିରେ ମାନ୍ୟବର ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି କେନ୍ଦ୍ର ସରକାରଙ୍କ ଜଳସମ୍ପପଦ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପ ଦ୍ବାରା ଚଳିତ ବର୍ଷାରେ ମାଲକାନଗିରି ଜିଲାର ମୋଟୁ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥି ସହ ଉକ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ମାନ୍ୟବର ଜଳସମ୍ପଦ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି।

ପ୍ରକାଶ ଥାଉକି ଯେ ରମେଶ ଚନ୍ଦ୍ର ମାଝୀ ସାଂସଦ ଗତ ୨୩ ତାରିଖ ରେ ମୋଟୁ ସମେତ ଏହାର ଆଖପାଖ ଅପ୍ସଚଳରେ ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକମାନଙ୍କ ଧନଜୀବନ ପ୍ରଭାବିତ ହୋଇଥିବା ବିଷୟରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ପ୍ରଶାସନକୁ ଲୋକଙ୍କ ଥଇଥାନ ଓ ପ୍ରପିଡିତଙ୍କୁ ରିଲିଫ ବଣ୍ଟନକୁ ପ୍ରାଥମିକତା ଦେବା ଭଳି ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଉକ୍ତ ସମସ୍ୟା ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଏହାର ସ୍ଥାୟୀ ପ୍ରତିକାର ପାଇଁ ସେ ବଦ୍ଧ ପରିକର ବୋଲି ମତପୋଷଣ କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories