www.samajalive.in
Sunday, December 14, 2025
26.1 C
Bhubaneswar

ମୋବାଇଲ ଚୋର ଗିରଫ,୯ ମୋବାଇଲ ଜବତ

ଚୌଦ୍ୱାର: ମୋବାଇଲ ଲୁଟ କରୁଥିବା ଜଣେ କୁଖ୍ୟାତ ଚୋରକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜଗତପୁର ଥାନା ମୁତାରିଫା ପଞ୍ଚାୟତ ପଦ୍ମପୁର ଗ୍ରାମର ସେକ୍ ମୁସ୍ତାକ୍ (୩୫)। ତା ନିକଟରୁ ନାମିଦାମି କମ୍ପାନୀର ୮ଟି ଚୋରି ମୋବାଇଲ ଫେନ୍ ଏବଂ ଗୋଟିଏ ଏଡ଼କମ୍ କିପ୍ୟାଡ଼ ଜବତ କରାଯାଇଛି । ପୁଲିସ୍ ସୂଚନା ଅନୁଯାୟୀ ଗତମାସ ୨୪ ତାରିଖରେ ଚୌଦ୍ୱାର ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଗଣେଶ୍ବର ନାୟକ ଥାନାରେ ଅଭିଯୋଗ କରିଥିଲେଯେ ୨୩ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ତାଙ୍କ ଘର ଝରକା ଭାଙ୍ଗି ଘରଭିତରେ ପଶି ତାଙ୍କର ଦୁଇଟି ସ୍ମାର୍ଟ ମୋବାଇଲ ଫୋନ୍ ଚୋରି କରି ନେଇଛି । ଅଭିଯୋଗ ପାଇ ଏସ୍ଆଇ ପାର୍ଥ ପ୍ରତିମ ବେଉରା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୁସ୍ତାକ୍ ଏହି ଚୋରିରେ ସାମିଲ ଥିବା ବିଶେଷ ସୂତ୍ରରୁ ଖବର ପାଇ ଶ୍ରୀ ବେଉରା ସୋମବାର ସକାଳେ ସଦଳବଳେ ମୁସ୍ତାକ୍ର ଘରେ ଚଢ଼ଉ କରି ତାକୁ ଧରି ଥାନାକୁ ଆଣି ପଚରା ଉଚରା କରିବାରେ ସେ ଉକ୍ତ ମୋବାଇଲ ଚୋରି କରିଥିବା ସ୍ୱୀକାର କରିଥିଲା। ତା’ ନିକଟରୁ ଜବତ ହୋଇଥିବା ମୋବାଇଲ ଗୁଡ଼ିକର ଆଇଏମ୍ଇଆଇ ନମ୍ବର ଯାଞ୍ଚ କରିବାରେ ସେଥି ମଧ୍ୟରୁ ବେଲଦାର ଗଣେଶ୍ୱରଙ୍କର ଚୋରି ଯାଇଥିବା ମୋବାଇଲ ଦୁଇଟି ଥିବା ଜଣା ପଡ଼ିଥିଲା । ମୁସ୍ତାକ୍ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ତା’ ନାମରେ ଚୌଦ୍ୱାର, ଜଗତପୁର ଆଦି ଥାନାରେ ବିଭିନ୍ନ ଅପରାଧିକ ମାମଲା ଥିବା ଜଣା ପଡ଼ିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories