ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବୌଦ୍ଧ:  ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ଥିବା ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସଭାଗୃହ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଙ୍କନିଧି ଗାଇଗୌରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିକୁ ମଜବୁତ୍ କରିବା ସହ ୧୨ଗୋଟି ପଞ୍ଚାୟତର ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୂର୍ବରୁ ଆରମ୍ଭ ହୋଇଥିବା ବାଉଁଶୁଣୀକୁ ବ୍ଲକ ମାନ୍ୟତା ଦାବି, ବାଉଁଶୁଣୀ ଠାରୁ ବୀରମହାରାଜପୁରକୁ ଗମନାଗମନ ପାଇଁ ମହାନଦୀ ଉପରେ ସେତୁ ନିର୍ମାଣ କରିବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

prayash

ଆଗାମୀ ଦିନରେ ଏ ଅଞ୍ଚଳର  ନ୍ୟାର୍ଯ୍ୟଦାବିକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତେ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ହେବ ବୋଲି କମିଟିର ସମ୍ପାଦକ ପ୍ରଦୋଷ ରଥ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକ, ଆଇନଜୀବୀ ରାଜେନ୍ଦ୍ର ମେହେର, ଘୁମୁଡୁ ଦନ୍ତା, ରଂଜନ କୁମାର ଦାଶ, ହେମନ୍ତ ଦିଶିରି, ଅକୁର ଗାଇଗୌରିଆ, ଉମାଶଙ୍କର ପାଢୀ, ପ୍ରମୋଦ ମେହେର, ଏକା ମହାକୁଡ, ପ୍ରଭାକର ଦେହୁରୀ, ନାରାୟଣ ପୁରୋହିତ, ତ୍ରିବିକ୍ରମ ମହାକୁଡ ପ୍ରମୁଖ ସାମିଲ ହୋଇଥିଲେ ।

kalyan agarbati

Comments are closed.