www.samajalive.in
Monday, December 15, 2025
16.1 C
Bhubaneswar

ଜାତୀୟ ହସ୍ତତନ୍ତ ଦିବସ ପାଳିତ

ତିଗିରିଆ :  ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା ନଂ-୧ ତନ୍ତୁବାୟ ସେବା ସମିତି ପକ୍ଷରୁ ୮ତମ ଜାତୀୟ ହସ୍ତତନ୍ତ ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ସମିତି ପରିସରରେ ସମିତି ସଭାପତି କେଶବ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଣାକାର ସେବା କେନ୍ଦ୍ର ଭୁବନେଶ୍ୱରର ପୂର୍ବତନ ଉପ ନିର୍ଦେଶକ ସୁରେନ୍ଦ୍ର କୁମାର ପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୂଆପାଟଣା ସରପଞ୍ଚ ସୋମନାଥ ଦାସ ଓ ବୟୋଜ୍ୟେଷ୍ଠ ବୁଣାକାର ରାକକିଶୋର ଦତ୍ତ ଯୋଗଦେଇଥିଲେ। ଜାତୀୟ ହସ୍ତତନ୍ତ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ହସ୍ତତନ୍ତ ଉତ୍ପାଦ ବସ୍ତ୍ର ସାମଗ୍ରୀର ବିକାଶ, ବୁଣାକାରଙ୍କ ଭୂମିକା ଓ କାର୍ଯ୍ୟ ଦକ୍ଷତା, ଗ୍ରାହକଙ୍କ ଚାହିଦା ପୂରଣ ଏବଂ ବୁଣାକାର ପରିବାରର ଅର୍ଥନୈତିକ ଅଭିବୃଦ୍ଧି କିଭଳି ହୋଇପାରିବ ସେ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ବିଶେଷ କରି ହସ୍ତତନ୍ତ କ୍ଷେତ୍ରରେ ନୂଆପାଟଣାର ଅବଦାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ଅର୍ଜୁନ ପାଳ, ସମ୍ପାଦକ ହେମନ୍ତ କୁମାର କୁଣ୍ଡୁ, ବୋର୍ଡ଼ ସଦସ୍ୟ ମହେଶ୍ୱର ବର୍ଦ୍ଧନ, ଶ୍ରୀବତ୍ସ ଦାସ, ସୁରେନ୍ଦ୍ର କୁଣ୍ଡୁ, ବେଣୁଧର ବେହେରା, ଉପସଭାନେତ୍ରୀ ଅମରୀ ତୋଷଙ୍କ ସମେତ ବହୁ ବୁଣାକାରମାନେ ଯୋଗଦେଇଥିଲେ। ଏହି ଅବସରରେ ନଂ-୧ ତନ୍ତୁବାୟ ସମିତିର ପ୍ରତିଷ୍ଠାତା ତଥା ନୂଆପାଟଣା ହସ୍ତତନ୍ତ ଆନ୍ଦୋଳନର ପୁରୋଧା ଅର୍ଜୁନ ସୁବୁଦ୍ଧିଙ୍କ ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇଥିଲା।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories