www.samajalive.in
Monday, December 15, 2025
15.1 C
Bhubaneswar

ଗଦାଧରପୁରରେ ରକ୍ତଦାନ ଶିବିର ଓ ଚାରା ରୋପଣ

ତିଗିରିଆ :  ଓଡ଼ିଶା ମୋ ପରିବାର ତରଫରୁ ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତରେ ଜୀବନବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗଦାଧରପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକର କର୍ମଚାରୀମାନେ ଶିବିରରେ ରକ୍ତ ସଂଗ୍ରହ କରିଥିବା ବେଳେ ସମୁଦାୟ ୧୫୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ଗଦାଧରପୁର ପଞ୍ଚାୟତର ସରପଞ୍ଚ ପୁଷ୍ପିତା ସ୍ୱାଇଁଙ୍କ ତତ୍ତ୍ୱାବଧାନ ଓ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ ସାହୁ, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ନୃସିଂହ ମହାପାତ୍ର, ଆଠଗଡ଼ ବ୍ଲକ ବିଜେଡ଼ି ସଭାପତି ରବିନ୍ଦ୍ର କୁମାର ରାଉତ, ସମିତିସଭ୍ୟ ବିଜୟ ଦେଉରୀ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ, ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ରୂପା ଦଳେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥୀ ନନ୍ଦ, ବ୍ଲକ ବିଜେଡ଼ି ସଭାପତି ଅଜିତ ଧୀର,ମିଶନ ଶକ୍ତି ସଭାନେତ୍ରୀ ସମସୁରା ବେଗମ୍, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୌରହରି ପରିଡ଼ା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ଶିବିରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଆଠଗଡ଼ ନିର୍ବାଚନ ମଣ୍ଡଳୀ ସଂଯୋଜକ ରାକେଶ ଦାଶ, ପୂର୍ବତନ ସରପଞ୍ଚ ଶରତ କୁମାର ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ, ତିଗିରିଆ ଯୁବ ଛାତ୍ର ସମ୍ପାଦକ ଶକ୍ତି ପ୍ରସାଦ ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ତାପସ ପ୍ରଧାନ, ଗ୍ରାମ ସଭାପତି ଧନେଶ୍ୱର ସ୍ୱାଇଁ, ସଂଗଠକ ବିଜୟ କୁମାର ବଳିୟାର ସିଂହ, ଗଜେନ୍ଦ୍ର ଦଳେଇ, ଶାନ୍ତନୁ କୁମାର ଖଟୁଆ, ଶତୃଘନ ସାମଲ, ଅଶୋକ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ରକ୍ତଦାନ ଶିବିର ଅବସରରେ ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରୀତ ତିଗିରିଆ ବ୍ଲକ ଗଦାଧରପୁର ହାଇସ୍କୁଲ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୃକ୍ଷ ଚାରା ରୋପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବ୍ଲକର ତୃଣମୂଳ ସ୍ତରର ଜନପ୍ରତିନିଧି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବେହେରାଙ୍କ ସମେତ ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ବୃକ୍ଷ ରୋପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories