www.samajalive.in
Monday, December 15, 2025
14.1 C
Bhubaneswar

ବୌଦ୍ଧ ସମୟର ଇତିହାସକୁ ଉଜାଗର କରିବ ଭାରତୀ ସମାଜ

ସମ୍ବଲପୁର : ସମ୍ବଲପୁରର ସାଂସ୍କୃତିକ ଅନୁଷ୍ଠାନ ଭାରତୀ ସମାଜ ବିଗତ ୨୧ ବର୍ଷ ହେବ ଅନେକ ଐତିହାସିକ ପଦକ୍ଷେପ ନେଇଛି । ଏହି ପରିପ୍ରେକ୍ଷୀରେ ରବିବାର ସମ୍ବଲପୁର ଠାରେ ଅନୁଷ୍ଠାନର ଏକ ବୈଠକ ଆୟୋଜିତ ହୋଇଯାଇଛି । ବିଗତ ୨୧ ବର୍ଷ ମଧ୍ୟରେ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୨୦୧୨ ମସିହାରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ସମ୍ବଲପୁରୀ ଦିନର ପରିକଳ୍ପନାକୁ ଜନତା ଗ୍ରହଣ କରିସାରିଛନ୍ତି । ଏହା ପରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନ ପ୍ରଦାନ, ୨୦୧୪ ମସିହାରୁ ଭାରତୀ ସମାଜ ପକ୍ଷରୁ ଜିଲା ପ୍ରଶାସନକୁ ଲକ୍ଷ୍ମୀ ଡୁଙ୍ଗୁରୀରେ ସମ୍ବଲପୁର ଇତିହାସର ପ୍ରତିକୃତି ନିର୍ମାଣ କରିବା ପାଇଁ ପ୍ରସ୍ତାବ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେବେ ଏ ପର୍ଯ୍ୟନ୍ତ ସମ୍ବଲପୁରର ବୌଦ୍ଧ ଇତିହାସକୁ ପ୍ରଚାର ପ୍ରସାର ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବାରୁ ଭାରତୀ ସମାଜ ପକ୍ଷରୁ ଏହି ଦିଗରେ କାର୍ଯ୍ୟ କରିବାକୁ ବୈଠକରେ ସ୍ଥିର ହୋଇଛି। ବଜ୍ରଯାନର ପ୍ରଚାରକ ରାଜା ଇନ୍ଦ୍ରଭୂତି, ସହଜଯାନର ପ୍ରଚାରିକା ଲକ୍ଷ୍ମୀକରା ଏବଂ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ପଦ୍ମସମ୍ଭବଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରି ଲୋକ ଲୋଚନକୁ ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ଥିର କରାଯାଇଛି । ବୈଠକରେ ଭାରତୀ ସମାଜର ସଞ୍ଚାଳକ ଭବାନୀଶ ଭୋଇ, କାର୍ତ୍ତିକ ପ୍ରସାଦ ବହିଦାର, ଡ. ପ୍ରମୋଦ ରଥ, ଦେବୀ ପ୍ରସାଦ ଭୋଇ, ସୁଶ୍ମିତ କୁମାର ପଣ୍ଡା, ଡ. ସ୍ୱୟଂ ପ୍ରକାଶ ପଣ୍ଡା, ଅଶୋକ କୁମାର ନାଥ, ମନୋଜ ସାହୁ, ନରସିଂହ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପୋଷଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories