ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଅଭିଯୁକ୍ତ ଗିରଫ

ବଡ଼ମ୍ବା: ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ଆଉ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବଡ଼ମ୍ବା ଥାନା ଶାତଗୋଛିଆ ଗ୍ରାମର ଧନେଶ୍ୱର ବେହେରା । ଅଭିଯୁକ୍ତ ଧନେଶ୍ୱରକୁ ଶୁକ୍ରବାର ବଡ଼ମ୍ବା କୋର୍ଟରେ ହାଜର କରାଯାଇଥିଲା । ଅଭିଯୁକ୍ତର ଜାମିନ ଆବେଦନକୁ ମାଜିଷ୍ଟ୍ରେଟ ଶୁଣାଣି କରିବାସହ ପରବର୍ତ୍ତୀ ନିର୍ଦେଶ ପାଇଁ ସ୍ଥଗିତ ରଖିଥିବା ଜଣାଯାଇଛି । ଫଳସ୍ୱରୂପ ଗିରଫ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଯାଇଛି ।

prayash

ବିଭାଗୀୟ ସୂଚନା ଅନୁଯାୟୀ ଅଭିଯୁକ୍ତ ଧନେଶ୍ୱର ବନାଞ୍ଚଳ ଅନ୍ତର୍ଗତ ଖଇରିପଙ୍ଗା ଗ୍ରାମ ସନ୍ନିକଟ ଜଙ୍ଗଲରୁ ଗତ ଜୁନମାସ ୧୩ ତାରିଖରେ ମିଳିଥିବା ହାତୀ କଙ୍କାଳ ଓ ଏହି ଶିକାରରେ ସଂପୃକ୍ତିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଧବଙ୍କ ତତ୍ତ୍ୱାବଧନାରେ ହାତୀ କଙ୍କାଳ ମିଳିବା ଘଟଣାରେ ତଦନ୍ତ ଏବଂ ଗିରଫଦାରୀ ଜାରି ରହିଛି । ଇତିମଧ୍ୟରେ ଏକାଧିକ ଅଭିଯୁକ୍ତ ଶିକାରୀଙ୍କ ସମେତ ଜଣେ ବନପାଳ, ଦୁଇଜଣ ବନରକ୍ଷୀ ଏବଂ ଦୁଇଜଣ ହାତୀ ଜଗୁଆଳିଙ୍କୁ ବଡ଼ମ୍ବା ବନାଞ୍ଚଳରୁ ମିଳିଥିବା ୩ଟି ହାତୀ କଙ୍କାଳ ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଗିରଫ କରାଯାଇଛି ।

ଅପରପକ୍ଷରେ ଏହି ଘଟଣାକୁ ପ୍ରାୟ ୨ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ୍‌ ଶିକାର କରାଯାଇଥିବା ହାତୀଙ୍କ ଦାନ୍ତ କୁଆଡ଼େ ଚାଲାଣ ହୋଇଛି ଏବଂ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରାଯିବାନେଇ ବିଭାଗକୁ ସେତେଟା ସଫଳତା ନମିଳିବା ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶପାଇଛି ।

kalyan agarbati

Comments are closed.