ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଚର୍ଚ୍ଚିତ ମିଶ୍ର
ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଲାଞ୍ଚ ନେବା ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଥିବା ବେଳେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାପଡ଼ିଛି । ଗତ ଗୁରୁବାର ଦିନ ସିବିଆଇ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା । କଟକ ଓ ପାରାଦୀପରେ ରେଡ୍ କରିଥିଲା ସିବିଆଇ । ସେପଟେ ଗତକାଲି ମଧ୍ୟ ଏହି ଘଟଣାରେ ସିବିଆଇ ୪ଜଣଙ୍କୁ ଗିରଫ କରିଛି ।
ସେମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଏବଂ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଗତକାଲି ସିବିଆଇ ଗିରଫ କରିଥିବା ବେଳେ ଆଜି ଚର୍ଚ୍ଚିତ ମିଶ୍ର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।
Comments are closed.