ଅନାଥ ,ଅସହାୟ ଭାଇଭଉଣୀଙ୍କୁ ସହାୟତାର ହାତ ବଢାଇଲା ବିଜୁ ଛାତ୍ର ଜନତା ଦଳ

ସୁଦ୍ଧିକ୍ରିୟା ପାଇଁ ସହାୟତା ପ୍ରଦାନ,୩ଭାଇ ଭଉଣୀଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯିବ

ଗୁରୁଡିଝାଟିଆ :  ଅନାଥ ଭାଇଭଉଣୀଙ୍କୁ ସାହା ପାଲଟିଛି ଆଠଗଡ ବିଜୁ ଛାତ୍ର ଜନତା ଦଳ। ବାପା ଟୁନା ପୂର୍ତ୍ତି ଆରପାରିକୁ ଚାଲିଯିବା ପରେ ୩ ଅନାଥ ଭାଇଭଉଣୀ ବେସାହାରା ହୋଇ ପଡିଥିଲେ । ପେଟକୁ ଦିଓଳି, ଦିମୁଠା ଖାଇବା ସେମାନଙ୍କ ପାଇଁ ସ୍ୱପ୍ନ ଥିଲା। ଏଭଳି ସ୍ଥିତିରେ ବାପା ଟୁନାର ଶୁଦ୍ଧିକ୍ରିୟା କରିବେ ବା କିପରି ? ନାବାଳିକା ଝିଅ ତୁଳସୀ ପୂର୍ତ୍ତି(୧୩), ରବି ପୂର୍ତ୍ତି(୮) ଓ ବାବୁ ପୂର୍ତ୍ତି(୬) ସଂପୂର୍ଣ୍ଣ ବେସାହାରା ହୋଇପଡିଥିଲେ। ଏ ସଂପର୍କରେ ଆଠଗଡ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅବଗତ ହେବା ପରେ ସମସ୍ତ ପ୍ରକାର ସହାୟତାର ହାତ ବଢାଇଥିଲେ। ଆଠଗଡ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ ଆଜି ରାଣିବଣିଆ(ନୃସିଂହପୁର) ଗାଁରେ ପହଞ୍ଚି ବେସାହାରା ହୋଇପଡିଥିବା ଅନାଥ ଭାଇଭଉଣୀମାନଙ୍କୁ ବାପାର ଶୁଦ୍ଧିକ୍ରିୟା ପାଇଁ ନୂତନ ବସ୍ତ୍ର, ଚାଉଳ, ଚିନି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଇଥିଲେ। ଏପରିକି ୩ ପିଲାମାନଙ୍କ ଭବିଷ୍ୟତ ଗଠନ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ।

prayash

ପ୍ରକାଶଯୋଗ୍ୟ ମା ସୁନି ପୂର୍ତ୍ତି କିଛି ବର୍ଷହେଲା ରୋଗରେ ପଡି ଦେହତ୍ୟାଗ କରିବା ପରେ ବାପା ଟୁନାର ୫ଦିନ ତଳେ ରୋଗ ଶଯ୍ୟାରେ ମୃତ୍ୟୁ ଘଟିଥିଲା । ତେଣୁ ନାବାଳିକା ବଡଝିଅ ତୁଳସୀ ଉପରେ ଅନ୍ୟ ଦୁଇ ନାବାଳକ ଭାଇର ପେଟରେ ଦାନା ଦେବା ଦାୟିତ୍ୱ ବଢିଯାଇଥିଲା । ଏଭଳି ଦୟନୀୟ ସ୍ଥିତିରେ ସେମାନଙ୍କ ଉପରେ ବିପଦର କଳା ବାଦଲ ଢାଙ୍କି ହୋଇପଡିଥିଲା । ଏଭଳି ସ୍ଥିତିରେ ଆଠଗଡ ବିଜୁ ଛାତ୍ର ଜନତା ଦଳ ସାହା ହୋଇ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଛି । ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ମହାନ୍ତିଙ୍କ ସହିତ ଯୁବନେତା ରଞ୍ଜନ ବେହେରା, ଅଣାକାର ପ୍ରଧାନ, ଦେବାଶିଷ ସାମଲ, ଲମ୍ବୋଦର ହାତୀ ଓ ଗାଲୁ ହେମ୍ବ୍ରମ ପ୍ରମୁଖ ଅସହାୟ ଅନାଥ ପରିବାରକୁ ଭେଟି ସହାୟତା ପ୍ରଦାନ କରିଥିଲେ।

kalyan agarbati

Comments are closed.