ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀଙ୍କ ପରଲୋକ
କଟକ : କଟକ ତେଲେଙ୍ଗାବଜାର ନିବାସୀ ତଥା ରାଜ୍ୟସରକାରଙ୍କ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବାମଦେବ ମହାପାତ୍ର (୯୨)ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ପରଲୋକ ଘଟିଥିବା ଜଣାପଡିଛି । ତାଙ୍କ ପରଲୋକରେ ତେଲେଙ୍ଗାବଜାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ୱର୍ଗତ ମହାପାତ୍ର ସ୍ୱାଧୀନତା ପରବର୍ତ୍ତୀ ଆଧୁନିକ ଓଡିଶା ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେପରିକି ପାରାଦୀପ ବନ୍ଦର ନିର୍ମାଣ, ଗ୍ରାମୀଣ ଇଞ୍ଜିନିୟରିଂ ସଂସ୍ଥାରେ କାର୍ଯ୍ୟରତ ଥିବାବେଳେ ଅନେକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ରାସ୍ତା ଓ ଗୃହନିର୍ମାଣ ଏବଂ ଅନେକ ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୯୧ ମସିହାରେ ସେ ମୁଖ୍ୟଯନ୍ତ୍ରୀ ରୂପେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୂ, କନ୍ୟା ଜାମାତା, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ।
Comments are closed.