ସ୍ପଷ୍ଟ ଦିବାଲୋକରେ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ; ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଦୁର୍ବୃତ୍ତ
ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ବଲେଶ୍ୱର ଜିଲ୍ଲା ସିମୂଳିଆ ଥାନା ଅନ୍ତର୍ଗତ ଡୁଙ୍ଗୁରା ବଜାରରେ ଜଣେ ବ୍ୟକ୍ତିଙ୍କ ଠାରୁ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସକାଳୁ ସକାଳୁ ଲୁଟେରା ମାନେ ମୁହଁରେ ମାକ୍ସ ଲଗାଇ ମାରଣାସ୍ତ୍ର ଦେଖାଇ ଏହି ଲୁଟ କରିଥିବା ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣକ ।
ସୂଚନା ଅନୁସାରେ, ଡୁଙ୍ଗୁରା ବଜାରରେ ଥିବା ଏସବିଆଇ ବ୍ୟାଙ୍କରୁ ଟଙ୍କା ନେଇ ସକାଳ ୮.୦୦ଟା ବେଳେ ରାକେଶ ସାମଲ ଯାଉଥିଲେ । ସେହି ସମୟରେ ଦୁଇଟି ବାଇକ ଯୋଗେ ଚାରିଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ରାକେଶଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ବ୍ୟାଗ ଲୁଟ୍ କରିଥିଲେ । ବ୍ୟାଗରେ ପ୍ରାୟ ୧୦ ଲକ୍ଷ ଟଙ୍କା ଥିଲା ବୋଲି ସେ କହିଛନ୍ତି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତ ମାନଙ୍କୁ ପିଛା କରିଥିଲେ ମଧ୍ୟ ସେମାନେ ଖସି ପଳାଇବାରେ ସମର୍ଥ ହୋଇଛନ୍ତି । ଲୁଟର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
Comments are closed.