www.samajalive.in
Tuesday, December 9, 2025
23.1 C
Bhubaneswar

ମଧ୍ୟାହ୍ନ @୧୨ର ମୁଖ୍ୟ ଖବର

(୧) ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌.. ଲଲିତଙ୍କ ନାଁ ସୁପାରିସ କଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମନ୍ନା… ଚଳିତ ମାସ ଜଷ୍ଟିସ ରମନ୍ନାଙ୍କ ସରୁଛି କାର୍ଯ୍ୟକାଳ..

(୨) ସବିଆଇ ଜାଲରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର… ମହିମାଙ୍କ ଘର ସମେତ କାର୍ଯ୍ୟାଳୟରେ ଚଢ଼ାଉ କରୁଛି ସିବିଆଇ… କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଚାଲିଛି ଯାଞ୍ଚ.. ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା କରୁଛି ଟିମ୍‌

- Advertisement -

(୩) ଦେଶକୁ ଡରାଉଛି ମଙ୍ଗିପକ୍ସ ଭୂତାଣୁ… ମଧ୍ୟପ୍ରଦେଶରେ ଚିହ୍ନଟ ହେଲେ ଆଉ ଜଣେ ମହିଳା.. ଏଯାଏଁ ମଙ୍ଗିପକ୍ସରେ ଆକ୍ରାନ୍ତ ହେଲେଣି ମୋଟ୍‌ ୯ଜଣ.. ଗତକାଲି ଜଣେ ସଂକ୍ରମିତଙ୍କ ଜୀବନ ନେଇଥିଲା ମଙ୍ଗିପକ୍ସ..

(୪) ଦେଶରେ ଖସୁନି କରୋନା ଗ୍ରାଫ୍‌.. ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୯ହଜାର ୮୯୩ ସଂକ୍ରମିତ.. ଗୋଟିଏ ଦିନରେ କରୋନା ନେଲା ୫୩ ଜୀବନ.. ଏଯାଏ ଦେଶରେ ୧ଲକ୍ଷ ୩୬ହଜାର ୪୭୮ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା..

(୫) କରୋନା ସଂକ୍ରମଣ ଭିତରେ ରାଜ୍ୟ ପାଇଁ ଆଶ୍ୱସ୍ତି… ସଂକ୍ରମଣ ତୁଳନାରେ ବଢ଼ୁଛି ସୁସ୍ଥତା ସଂଖ୍ୟା… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୮୭୦ ମାମଲା.. ସୁସ୍ଥ ହେଲେ ୯୨୮ ଆକ୍ରାନ୍ତ…. ସେପଟେ ସୁନ୍ଦରଗଡ଼ରେ ଆଜି ବି ଚିହ୍ନଟ ହୋଇଛନ୍ତି ସର୍ବାଧିକ ସଂକ୍ରମିତ..

(୬) ଆଜି ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ.. ୫୫ ନଂ ଏନଏଚ୍‌ ମରାମତି ଦାବିରେ ବନ୍ଦ ଡାକରା ଦେଇଛି ରେଢ଼ାଖୋଲ ନାଗରିକ କମିଟି… ଭୀମଭୋଇ ଛକ ଓ ମେଡିକାଲ ଛକରେ ରାସ୍ତା ଅବରୋଧ… ବନ୍ଦ ଯୋଗୁ ଦୋକାନ ବଜାରରେ ପଡ଼ିଛି ତାଲା… ଗାଡ଼ିଚଳାଚଳ ବ୍ୟାହାତ..

(୭) ପୁଣି ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା.. ତାତିରୁ ମିଳିବ ଆଶ୍ୱସ୍ତି…. ଆସନ୍ତାକାଲି ଠାରୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ.. ଦକ୍ଷିଣ ମୁହାଁ ହେଉଛି ମୌସୁମୀ ନିମ୍ନ ଚାପ ରେଖା.. ୧୦ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଚେତାବନୀ ଦେଲା ଭୁବନେଶ୍ୱର ପାଣିପାଗ ବିଭାଗ…

(୮) ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ସାଉଁଟୁଛି ଭାରତ..  ୧୮ରେ ପହଞ୍ଚିଲାଣି ଭାରତର ପଦକ ସଂଖ୍ୟା.. ଷଷ୍ଠ ଦିନରେ ଭାରତୀୟ ଟିମଙ୍କୁ ମିଳିଲା ୫ଟି ପଦକ.. ଏଯାଏ ୫ ସ୍ୱର୍ଣ୍ଣ, ୬ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ହାତେଇଛନ୍ତି ଭାରତୀୟ ଖେଳାଳି..

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories