ତେଜସ୍ବିନୀଙ୍କୁ କାଂସ୍ୟ

ବର୍ମିଂହାମ୍‌  : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ୧୮ତମ ପଦକ ଜିତିଛନ୍ତି ତେଜସ୍ବିନୀ ଶଙ୍କର। ପୁରୁଷ ହାଇଜମ୍ପରେ ତେଜସ୍ବିନୀ ୨.୨୨ ମିଟର ଉଚ୍ଚତାକୁ ଡେଇଁ ୩ୟ ସ୍ଥାନ ସହ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଫାଇନାଲରେ ତେଜସ୍ବିନୀ ପ୍ରଥମ ପ୍ରୟାସରେ ୨.୧୦ ମିଟର, ଦ୍ବିତୀୟ ପ୍ରୟାସରେ ୨.୧୯ ମିଟର ଓ ୩ୟ ପ୍ରୟାସରେ ୨.୨୨ ମିଟର ଉଚ୍ଚତାକୁ ଡେଇଁ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଉକ୍ତ ପ୍ରତିଯୋଗିତାରେ‌େ‌ ନ୍ୟୁଜିଲାଣ୍ଡର ହାମିସ କେର ୨.୨୫ ମିଟର ସହ ସ୍ବର୍ଣ୍ଣ ଓ ଅଷ୍ଟ୍ରେଲିଆର ବ୍ରାଣ୍ଡେନ ଷ୍ଟ୍ରାକ୍‌ ୨.୨୫ ମିଟର ଉଚ୍ଚତାକୁ ଡେଇଁ ୨ୟ ସ୍ଥାନ ସହ ରୌପ୍ୟ ପଦକ ଜିତିଥିଲେ।

kalyan agarbati

Comments are closed.