www.samajalive.in
Sunday, December 7, 2025
26.1 C
Bhubaneswar

ପବିତ୍ର ଶ୍ରାବଣମାସର ତୃତୀୟ ସୋମବାରରେ ଦେବଗିରିରେ ବୋଲବମ ଭକ୍ତଙ୍କ ଭିଡ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡରେ ସ୍ବଟିକ ପଞ୍ଚମୁଖୀରେ ଜଳାଭିଷେକ କରିବା ପାଇଁ ପବିତ୍ର ଶ୍ରାବଣମାସର ତୃତୀୟ ସୋମବାରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । ଦୂର ଦୁରନ୍ତାରୁ ଭକ୍ତ ମାନେ ରବିବାର ଦିନ ଆସି କଲ୍ୟାଣସିଂହପୁର ଦେବଗିରି ଧାମ ବା କ୍ରାନ୍ତିକାରୀ ଆଶ୍ରମରେ ବିଶ୍ରାମ କରି ଭୋରରୁ ଉଠି ନିକଟସ୍ଥ ନାଳ ବା ନାଗାବଳୀ ,କଲ୍ୟାଣି ଓ ନାଳର ସଂଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ପାଣି ଭାର ନେଇ ଶିବଙ୍କ ମସ୍ତକରେ ଜଳାଭିଷେକ କରିଥିଲେ ।ଏହି ଅବସରରେ ସ୍ଥାନୀୟ ଯୁବ ଗୋଷ୍ଠି ତରଫରୁ ଜଗନ୍ନାଥ ମନ୍ଦିର ନିକଟରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ । ପ୍ରାୟ ୧ ହଜାର ବୋଲବମ ଭକ୍ତ ପ୍ରସାଦ ସେବନ କରିଥିଲେ ।ଏହି ସୋମବାରରେ ମଧ୍ୟ କଳାହାଣ୍ଡି, ବରଗଡ଼, ଜଗତସିଂହପୁର, କଟକ, ବ୍ରହ୍ମପୁର, ଗଜପତି, କୋରାପୁଟ,ସମ୍ବଲପୁର ,କେନ୍ଦୁଝର ,ରାୟଗଡା ଜିଲ୍ଲାର ଭକ୍ତ ମାନେ ଆସି ଶିବଙ୍କ ମସ୍ତକରେ ଜଳଲାଗି କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories