www.samajalive.in
Saturday, December 13, 2025
23.1 C
Bhubaneswar

ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି  ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ସମ୍ପାଦକ ବନ ବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବୟିତ୍ରୀ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ବହୁ  କବି ନିଜରଭାବ ବ୍ୟକ୍ତ କରିବା ସହ  ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବି ସର୍ବଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର, ନବୀନ ଚନ୍ଦ୍ର ପଣ୍ଡା, ଡା. ଅନନ୍ତ ଚରଣ ମିଶ୍ର, କୈଳାସ ଚନ୍ଦ୍ର ଧଳ, ଅଜୟ କୁମାର ପଟ୍ଟନାୟକ, ଡଃ ଚିତ୍ତରଞ୍ଜନ ମିଶ୍ର. ରବୀନ୍ଦ୍ରନାଥ ମିଶ୍ର, ଡଃ ନୃସିଂହାନନ୍ଦ ମହାପାତ୍ର, ପ୍ରସନ୍ନ କୁମାର ପଣ୍ଡା, ପ୍ରଶାନ୍ତ କୁମାର ମହାପାତ୍ର, ରାମକୃଷ୍ଣ ବେହେରା  ବନ ବିହାରୀ ନନ୍ଦ, ଦୁର୍ଯ୍ୟୋଧନ ପ୍ରଧାନ, ଆରତି ପରିଛା, ଅନିଲ କୁମାର ପ୍ରଧାନ, ଅଶୋକ କୁମାର ଭଟ୍ଟ, ସୋମନାଥ ସାହୁ, ପ୍ରମୁଖ ଯୋଗ ଦେଇଥିଲେ । କବି ଓ ପ୍ରାବନ୍ଧିକ ବିଷ୍ଣୁ ପ୍ରସାଦ ମିଶ୍ର କବିତା ଗୁଡିକ ସମୀକ୍ଷା କରିଥିଲେ । ଶେଷରେ ସମ୍ପାଦକ ବନ ବିହାରୀ ନନ୍ଦ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଯୁବ କବି ଅନିଲ କୁମାର ପ୍ରଧାନଙ୍କ ବହି ଆଶାଲିପି ଉନ୍ମୋଚନ ହୋଇଥିଲା ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories