www.samajalive.in
Thursday, December 11, 2025
23.1 C
Bhubaneswar

ଚୌଦ୍ୱାର ପୁଲିସକୁ ସଫଳତା; ୨ ଚେନ୍‌ ଲୁଟେରା ଗିରଫ

ଚୌଦ୍ୱାର: ଚୌଦ୍ୱାର ପୁଲିସ ୨ଜଣ କୁଖ୍ୟାତ ଚେନ୍‌ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ମ୍ବା ଥାନା ଭାଲୁବାରେଣୀ ଗ୍ରାମର ଜଗନ୍ନାଥ ବେହେରା(୨୭) ଓ ସେହିଥାନା ଅଧିନ ହରଡ଼ମହୁଲମଦ ଗ୍ରାମର ନାରଦ ବେହେରା(୩୪) । ପୁଲିସ ସେମାନଙ୍କଠାରୁ ୨ଟି ଚୋରି ସୁନାଚେନ୍‌ ଓ ଗୋଟିଏ ମଟର ସାଇକେଲ ଜବତ କରିଛି  ।  ମୁଖ୍ୟ ଲୁଟେରା ଜଗନ୍ନାଥ ଓରଫ ଜଗା ଜଣେ ପେଶାଦାର ଚେନ୍‌ ଲୁଟେରା ଓ ତା ନାମରେ ମଧୁପାଟଣା, ଚାଉଳିଆଗଞ୍ଜ ,ମାଲ ଗୋଦାମ, ଜଗତପୁର, ଚୌଦ୍ୱାର, ଟାଙ୍ଗୀ ଆଦି ଥାନାରେ ଚେନ୍‌ ଲୁଟ ସହିତ ବିଭିନ୍ନ ଅପରାଧୀକ ମାମଲା ଥିବା ପୁଲିସ ପ୍ରକାଶ କରିଛି  ।

ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ବିଦ୍ୟାଧରପୁର ଗ୍ରାମର ସୁଚିତ୍ରା ମହାନ୍ତି ଓ ତାଙ୍କ ପତି ରଞ୍ଜନ କୁମାର ମୁଦୁଲି ଗତ ୧୪ ତାରିଖଦିନ ୧୦ଟା ସମୟରେ ଏକ ସ୍କୁଟିରେ ମହାନଦୀ କୁଳ ପୁରୁଣା କଟକ ସମ୍ବଲପୁର ରାସ୍ତାରେ  ଆସୁଥିବାବେଳେ ଚଷାପଡ଼ା ନିକଟରେ ଜଣେ ଦୁର୍ବୃତ୍ତ ପଛରୁ ଏକ ବାଇକ୍‌ରେ ଆସି ସୁଚିତ୍ରାଙ୍କ ବେକରୁ ସୁନାଚେନ୍‌ ଛିଡ଼ାଇ ନେଇ ଫେରାର ହୋଇ ଯାଇଥିବା ସୁଚିତ୍ରା ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗ ପାଇ ଏସ୍‌.ଆଇ ରଞ୍ଜନ କୁମାର ମହାନ୍ତି ଘଟଣାର ଅନୁସନ୍ଧାନ କରି ଜଗା ଏହି ଅପରାଧ କରିଥିବା ଜାଣିବାକୁ ପାଇଥିଲେ  ।

- Advertisement -

ଏସ୍‌ଆଇ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍‌ ରବିବାର ଦିନ ଚଢ଼ଉ କରି ଜଗାକୁ ଗିରଫ କରିବାରେ ସଫଳ ହୋଇଥିଲେ । ପଚରାଉଚରାରେ ସେ ଚଷାପଡ଼ା ଠାରେ ସୁଚିତ୍ରାଙ୍କ ବେକରୁ ଚେନ୍‌ ଲୁଟିଥିବା ସ୍ୱୀକାର କରିବା ସହିତ ଟାଙ୍ଗୀ ରେଳ ଷ୍ଟେଶନ୍‌ ପାଖରୁ ମଧ୍ୟ ଚେନ୍‌ ଲୁଟ କରିଥିବା ଏବଂ ଚାଉଳିଆ ଗଞ୍ଜ ଗଣ୍ଡରପୁର ଅଞ୍ଚଳରୁ ଏକ ହୋଣ୍ଡା ସାଇନି ବାଇକ୍‌ ଲୁଟ କରିଥିବା ପ୍ରକାଶ କରିଥିଲା  । ସେହି ବାଇକ୍‌ରେ ଚେନ୍‌ ଲୁଟ କରି ହରଡ଼ା ମହୁଲମଦର ନାରଦ ବେହେରାକୁ ବିକିଥିବା କହିଥିଲା  । ପୁଲିସ ନାରଦକୁ ଗିରଫ କରି ତାହା ନିକଟରୁ ଚେନ୍‌ ଦୁଇଟି ଜବତ କରିଥିଲେ  । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି  ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories