www.samajalive.in
Saturday, December 13, 2025
23.1 C
Bhubaneswar

ଡୁଙ୍ଗୁରିପାଲିରେ ସୋଲାର ପ୍ଲାଣ୍ଟକୁ ବିରୋଧ; ଗାଁ ଲୋକ ଓ ପ୍ଲାଣ୍ଟ କର୍ମଚାରୀ ମୁହାଁମୁହିଁ

ବଲାଙ୍ଗିର: ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତରେ ସୋଲାର ପ୍ଲାଣ୍ଟ ସ୍ଥାପନକୁ ନେଇ ଗାଁ ଲୋକ ଓ ପ୍ରଶାସନ ମଧ୍ୟରେ ଗତ କିଛି ଦିନ ହେବ ଛକାପଞ୍ଝା ଲାଗିରହିଥିଲା । ଏପରିକି ଡୁଙ୍ଗୁରିପାଲି ପଞ୍ଚାୟତ ସରପଞ୍ଚ ଗଜପତି ସାହୁ କିଛି ଦିନ ପୂର୍ବରୁ ବଲାଙ୍ଗିର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ପଞ୍ଚାୟତ ହେବାକୁ ଥିବା ସୋଲାର ପ୍ଲାଣ୍ଟକୁ ନେଇ ଅଭିଯୋଗ କରିଥିଲେ।

ସରପଞ୍ଚ ଶ୍ରୀ ସାହୁଙ୍କ କହିବା କଥା ଥିଲା ଯେ, ବିନା ଗ୍ରାମ ସଭାରେ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଅଭିଯୋଗକୁ ଆଧାର କରି ଜିଲାପାଳ ଚଞ୍ଚଳ ରାଣା ଟିଟିଲାଗଡ଼ ଉପଜିଲାପାଳ ମନୋକ ସତ୍ୟବାନ ମହାଜନଙ୍କୁ ତୁରନ୍ତ ଡୁଙ୍ଗୁରିପାଲି ଗାଁରେ ଜନ ଶୁଣାଣୀ ଶିବିର କରି ଗାଁ  ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଟିଟିଲାଗଡ଼ ଉପଜିଲାପାଳ ଶ୍ରୀ ମହାଜନ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର ପ୍ରମୁଖଙ୍କ ଉପସ୍ଥିତିରେ ଗାଁରେ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଗାଁ ଲୋକେ ସୋଲାର ପ୍ଲାଣ୍ଟକୁ ବିନା ଗ୍ରାମସଭାରେ କିମ୍ବା ଗାଁ ଲୋକଙ୍କ ଅଜାଣତରେ ପ୍ରଶାସନ ଆଦିତ୍ୟ ବିର୍ଲାକୁ ଟେକି ଦେଉଥିବା ଅଭିଯୋଗ କରିଥିଲେ । ଏହାସହ ଗାଁ ପାଇଁ ଥିବା ଗୋଚର, ଖେଳ ପଡ଼ିଆ, ଜଙ୍ଗଲ ଜମିକୁ ବନ୍ଦ କରିବାକୁ ପ୍ରଶାସନ କିଏ ବୋଲି ଗାଁ ଲୋକେ କହିଥିଲେ ।

- Advertisement -

ସୋଲାର ପ୍ଲାଣ୍ଟ ସ୍ଥାପନ ହେଲେ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଦେବା ସହ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଲୋକେ କିଭଳି ନିଜ ପରିବାର ଗୁଜୁରାଣ ମେଣ୍ଟାଇବେ ବୋଲି କହିବା ସହ ସୋଲାର ପ୍ଲାଣ୍ଟ ସ୍ଥାପନକୁ ତୀବ୍ର ବିରୋଧ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଅନ୍ୟପଟେ ସୋଲାର ପ୍ଲାଣ୍ଟର ପରିଚାଳକ ଶୁଭାଶିଷ ଭଟ୍ଟାଚାର୍ଯ୍ୟ ଗାଁକୁ ଆସି ଲୋକଙ୍କ ସହ ମୁହାଁମୁହିଁ ହେବା ପରେ ରାତି ସାରା ଏହି ଗାଁରେ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ କରିବି ବୋଲି ଧମକ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories