www.samajalive.in
Monday, December 15, 2025
16.1 C
Bhubaneswar

ହଳଦିଆ ଦଳିତ ବସ୍ତିରେ ସଂଗବଧ ଆକ୍ରମଣ: ୭ଆହତ ୨ଗୁରୁତର, ଗ୍ରାମବାସୀ ପୁଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ

କୁଆଁପାଳ: କଟକ ଜିଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ହଳଦିଆ ପଞ୍ଚାୟତ ହଳଦିଆ ଗ୍ରାମର ମଲିକ ସାହିରେ ସାମାନ୍ୟ ବଚସାକୁ ନେଇ ସଙ୍ଗବଧ ଆକ୍ରମଣ ହୋଇଛି। ପଡୋଶୀ କେନ୍ଦ୍ରାପଡ଼ା ଜିଲା ଡେରାବିଷ ଥାନା ତିଲଙ୍ଗ ଗ୍ରାମ କେଳାସାହିର ୨୦ରୁ ୨୫ ଦୂର୍ବୁର୍ତ୍ତ ଠେଙ୍ଗା କଟୁରୀ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ସହ ହଳଦିଆ ଦଳିତ ବସ୍ତିରେ ପହଂଚି ଆକ୍ରମଣ କରିଛନ୍ତି, ଏହି ଗ୍ରାମର ମହନି ମଲିକଙ୍କ ପତ୍ନୀ ଲିଲି ମଲିକ, ପୁଅ ବୁଲୁ ମଲିକ , ପ୍ରମିଳା ମଲିକ, ମହନି ମଲିକ, ପପୁ ମଲିକ, ନିଲୁ ମଲିକ, ଶରତ ମଲିକ, ସାବି ମଲିକଙ୍କୁ ଆକ୍ରମଣ କରିବା ଦ୍ବାରା ସମସ୍ତେ ଆହତ ହୋଇମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବୁଲୁ ମଲିକ ଓ ଲିଲି ମଲିକ ଗୁରୁତର ଆହତହୋଇ କଟକ ବଡ଼ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଭଦ୍ରେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଫାଣ୍ଡି ପକ୍ଷରୁ ଅଭିଯୋଗକୁ ନ ରଖି ଅଭିଯୋଗକାରିଙ୍କୁ ଥାନାକୁ ପଠେଇଥିଲେ, ଏଠାରେ ସୂଚନା ଥାଉ କି ଆକ୍ରମଣକାରି ତିଲଙ୍ଗ କେଳା ସାହି ରେ ମଦ, ଗଞ୍ଜେଇ, ବ୍ରାଉଁନସୁଗାର ପରି ଅନେକ ନିଶା ଦ୍ରବ୍ୟ ଅବାଦ୍ଧ ରେ ଚୋରା କାରବାର ହେଉଛି। ଯାହାକୁ ନେଇ ଏହି ବସ୍ତି ର ଲୋକେ ନିଶାଗ୍ରସ୍ତ ହୋଇ ଚୋରି, ରାହାଜାନୀ, ଲୁଟ୍ ପରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁ ଥିବାର ଅଭିଯୋଗ ରହିଛି, ତେବେ ଖବର ପାଇ ମାହାଙ୍ଗା ଥାନା ଆଇଆଇସି ବିଜୟ ମଲିକ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି କିଛି ଅଭିଯୁକ୍ତଙ୍କୁ ଗିରଫ କରୁଥିବାବେଳେ କେଳା ବସ୍ତିର ଲୋକ ମାନେ ଠେଙ୍ଗା ବାଡ଼ି ଧରି ପୁଲିସ ସହ ମୁହଁମୁହିଁ ହୋଇଛନ୍ତି, ଏହି କେଳା ବସ୍ତିଟି ମାହାଙ୍ଗା ସୀମାନ୍ତରେ ଥିବାବେଳେ ଡେରାବିଷ ଥାନା ଅଧୀନରେ ଥିବାରୁ ଏହାର ସୁଯୋଗ ନେଇ ଅସାମାଜିକ ଯୁବକ ମାନେ ଅବାଧରେ ଅପରାଧ ଘଟାଇ ଖସି ଯାଇଥାନ୍ତି,ଡେରାବିଷ ଓ ମାହାଙ୍ଗା ଥାନାର ୩୦ ରୁ ଉର୍ଦ୍ବ କର୍ମଚାରୀ ଘଟଣା ସ୍ଥଳରେ ରହିଛନ୍ତି, ତେବେ ପୁଲିସ ଉଚ୍ଚ କତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି,

 

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories