www.samajalive.in
Monday, December 15, 2025
17.1 C
Bhubaneswar

‘ସମ୍ବଲପୁରୀ ଦିନ’ ପାଳନ ନିମନ୍ତେ ବାଇକ ରାଲି

ସମ୍ବଲପୁର: ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସ ଅଗଷ୍ଟ ୧ ତାରିଖକୁ ବିଗତ କିଛି ବର୍ଷ ହେବ ସମ୍ବଲପୁରୀ ଦିନ ରୂପେ ପାଳନ କରାଯାଇ ଆସୁଛି। ଏଣୁ ଏହି ଦିବସ ପାଳନ କରୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଳର ସହଭାଗିତାରେ ‘ସମ୍ବଲପୁରୀ ଦିନ’ ପାଳନ ନିମନ୍ତେ ଏକ ବାଇକ ରାଲି ଆୟୋଜିତ ହୋଇଯାଇଛି। ସମ୍ବଲପୁରୀ ଦିନ ଅଗଷ୍ଟ ୧ ସୋମବାର ଦିନ ସମ୍ବଲପୁର ସହର ସମେତ ସାରା ରାଜ୍ୟ, ଦେଶ ଓ ବିଦେଶରେ ପାଳନ କରାଯିବ। ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁରୀ ଭାଷା, କଳା, ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ବିଶ୍ୱ ଦରବାରରେ ଅଧିକ ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ କରାଯାଇ ଆସୁଛି।

ଏଥିପାଇଁ ଶନିବାର ସକାଳ ୧୦ଟାରେ ଶତାଧିକ ବ୍ୟକ୍ତି ଏକ ବିରାଟ ବାଇକ ରାଲିରେ ବାହାରି ସହର ପରିକ୍ରମା କରି ଜନଜାଗରଣ ସୃଷ୍ଟି କରିଥିଲେ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିବା ଏହି ବାଇକ ରାଲି ସମଲେଇ ମନ୍ଦିରରୁ ଆରମ୍ଭ ହୋଇ କୁଞ୍ଜେଲପଡ଼ା ଛକ, ଝାଡୁଆପଡ଼ା, ନନ୍ଦପଡ଼ା, ଦଲେଇପଡ଼ା, ମ୍ୟୁନିସିପାଲିଟି ଛକ, ବୈଦ୍ୟନାଥ ଛକ, କୁଞ୍ଜେଲପଡ଼ା ଛକ, ମୁଦିପଡ଼ା ଛକ, ଜିଏମ କଲେଜ ଛକ, ଲକ୍ଷ୍ମୀ ଟକିଜ ଛକ, ଭିଏସଏସ ମାର୍ଗ, ଜିଲାସ୍କୁଲ ଛକ ଦେଇ ଜେଲଖାନା ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶେଷ ହୋଇଥିଲା।

- Advertisement -

ସୂଚନାଯୋଗ୍ୟ ଯେ, ଆସନ୍ତା ୧ ତାରିଖରେ ସମ୍ବଲପୁରୀ ଦିନ ପାଳନ ସମ୍ବଲପୁରୀ ଏକତା ମଞ୍ଚ ଓ ପଶ୍ଚିମାଞ୍ଚଳର ଏକତା ମଞ୍ଚ ପକ୍ଷରୁ ଯଥା କ୍ରମେ ମ୍ୟୁନିସିପାଲିଟି ଛକ ସ୍ଥିତ ଗଙ୍ଗାଧର ମଣ୍ଡପ ଏବଂ ଜେଲଖାନା ଛକ ଠାରେ ଆୟୋଜିତ ହେବ। ଏହି ଅବସରରେ ସମ୍ବଲପୁରୀ ସଂସ୍କୃତି, ଭାଷା, ସାହିତ୍ୟ ଓ ପରମ୍ପରାକୁ ଆଗକୁ ନେବା ପାଇଁ ସମ୍ବଲପୁରୀ କବି, ଲେଖକ, ଗାୟକ, ଗାୟିକା ଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥି ସହ ଦିନବ୍ୟାପି ଆୟୋଜିତ ହେବାକୁ ଏହି ମହୋତ୍ସବରେ ଜନତାଙ୍କ ମନୋରଞ୍ଜନ ଓ ସମ୍ବଲପୁରୀର ପ୍ରଚାର ପ୍ରସାର ପାଇଁ ସମ୍ବଲପୁରୀ ଖାଦ୍ୟପେୟ, ପୋଷାକ ଓ ନୃତ୍ୟ ସଙ୍ଗୀତ ଉପରେ ବିଶେଷ ଫୋକସ ରହିବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories