www.samajalive.in
Monday, December 15, 2025
27.1 C
Bhubaneswar

ଗ୍ରାହକଙ୍କ ଆଶୀର୍ବାଦ ଗଣମାଧ୍ୟମ ପାଇଁ ଶ୍ରେୟ ହେଉ

ଜି.ଉଦୟଗିରି: ଅଧୁନା ସମଗ୍ର ଦେଶରେ ଆର୍ଥନୀତିକ ଧାରା ବଦଳି ଚାଲିଛି। ଆମ ଶାସନ ବ୍ୟବସ୍ଥାରେ ଓ ଜୀବନଧାରାରେ ଶସ୍ତା ଓ ଲାଭଦାୟକ ନୀତି ଅବଲମ୍ବନ କରାଯାଉଛି। ନାଗରିକ ସମାଜ ଖଣ୍ଡବିଖଣ୍ଡିତ। ରାଜନେତାମାନଙ୍କ ଫତେଇ ପରି ଗଣମାଧ୍ୟମର ପ୍ରଥମପୃଷ୍ଠା ଦେହରେ ଜାକେଟ୍ ଧାରଣ କରୁଛି। ଯେଉଁ ଦେଶରେ ନାଗରିକର ବାକ୍ ସ୍ବାଧୀନତା ଉପରେ ଅଙ୍କୁଶ ଲାଗୁଛି, ସେଠାରେ ଗଣମାଧ୍ୟମର ସଫଳତା ଏକ ପ୍ରଶ୍ନବାଚୀ ସୃଷ୍ଟିକରିଛି ବୋଲି ସାପ୍ତାହିକ ‘ବିଶେଷ ଖବର’ର ବାର୍ଷିକ ଉତ୍ସବରେ ‘ଭାରତରେ ଗଣମାଧ୍ୟମ କେତେ ସଫଳ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଓ ବକ୍ତାମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ସମ୍ପାଦକ ଡକ୍ଟର ଦେବେନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଭାରତରେ ଗଣମାଧ୍ୟମ ସଫଳ ହୋଇନାହିଁ ଏବଂ ବିଫଳ ହୋଇଛି ବୋଲି ମଧ୍ୟ କହିହେବନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଓ ଆଲୋଚନା ଭାବେ ବିଶିଷ୍ଟ କବି ତଥା ସ୍ତମ୍ଭକାର ହରପ୍ରସାଦ ଦାସ ଯୋଗଦେଇ ଆଞ୍ଚଳିକତାର ଆଧାର, ଭାଷା ଓ ବର୍ଣ୍ଣନାଧର୍ମିତା ଅଭାବ, ରାଷ୍ଟ୍ରୀୟ ଭାବନାର ସଂକଟ ଏ ଦେଶରେ ଗଣମାଧ୍ୟମକୁ ପ୍ରଭାବହୀନ କରୁଛି ବୋଲି ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଓ ପ୍ରତିଷ୍ଠିତ ସାମ୍ବାଦିକ ତଥା ସମ୍ପାଦକ ସମ୍ପଦ ମହାପାତ୍ର ଯୋଗଦେଇ ସମ୍ବାଦ ଓ ସମ୍ବାଦିକତା ଜାତିର ଗୌରବର ବିଷୟ ଭାବେ ବିବେଚନା କରାଯିବା ଉଚିତ ବୋଲି କହିଥିଲେ। ‘ବିଶେଷ ଖବର’ର ସତ୍ତ୍ବାଧିକାରୀ ପ୍ରାକ୍ତନ ସାଂସଦ ଖାରବେଳ ସ୍ୱାଇଁ ପ୍ରାରମ୍ଭିକ ଅଭିଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ରବି ଦାସ, ବିଜ୍ଞାନ ପୃଷ୍ଠାର ଲେଖିକା ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ସାହିତ୍ୟପୃଷ୍ଠାର ପ୍ରାକ୍ତନ ସମ୍ପାଦକ ଅଧ୍ୟାପକ ବିଶ୍ବରଞ୍ଜନ ଦାସ, ସ୍ବତନ୍ତ୍ର ପ୍ରତିନିଧି ମନୋଜ ସାହୁ, ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ରଞ୍ଜନ ମଢୁଆଳ, ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ସେକ୍ ଅବରାରଉଲ୍ଲ ହକ୍, ବରଗଡ଼ ପ୍ରତିନିଧି କିଷନଲାଲ୍ ଅଗ୍ରୱାଲ, ଜି. ଉଦୟଗିରି ପ୍ରତିନିଧି ସୁସ୍ମିତା ଜେନା ପ୍ରମୁଖଙ୍କୁ ସତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପରେ ବିଶେଷ ଖବର ବିଭିନ୍ନ ଜିଲ୍ଲା ଓ ବ୍ଲକ ପ୍ରତିନିଧିମାନଙ୍କୁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବର ପ୍ରତିନିଧି ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀହର୍ଷ ସ୍ବାଇଁ, ସୁରେଶ କୁମାର ସାହୁ, ଦୀପକ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories