www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଥମ ଟ୍ବେଣ୍ଟି-୨୦ : ଟସ୍ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ଡେସ୍କ : ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଆରମ୍ଭ ହୋଇଛି । ଟସ୍ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଦିନିକିଆ ଶୃଙ୍ଖଳାକୁ ୩-୦ରେ ଜିତି ନେବା ପରେ ଏବେ ଦୃଢ ମନୋବଳ ନେଇ ଭାରତ ଘରୋଇ ଦଳ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବା ଆରମ୍ଭ କରିଛି । ପ୍ରଥମ ୩ ଓଭରରେ ଭାରତ କୌଣସି ୱିକେଟ ନ ହରାଇ ୨୫ ରନ ସଂଗ୍ରହ କରିଛି। ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‌ କରିଛନ୍ତି ।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବର୍ଷରେ ଏହି ଶୃଙ୍ଖଳାର ଗୁରୁତ୍ବ ଅଧିକ । ଏହି ଶୃଙ୍ଖଳାରୁ ଭାରତ ବିଶ୍ବକପ୍‌ ପାଇଁ ତା’ର ଦଳ ଗଠନ କରିବାର ପ୍ରୟାସ କରିବ। ଦିନିକିଆ ଶୃଙ୍ଖଳାରୁ ଭାରତର ପ୍ରମୁଖ ଖେଳାଳି ବିଶ୍ରାମ ନେଇଥିବା ବେଳେ ଟ୍ବେଣ୍ଟି୨୦ ଶୃଙ୍ଖଳା​​‌ରେ‌ କିନ୍ତୁ ବିରାଟ କୋହଲିଙ୍କୁ ଛାଡ଼ି ଅନ୍ୟ ପ୍ରମୁଖ ଖେଳାଳି ଖେଳିବାକୁ ଯାଇଛନ୍ତି। ଏହି ଶୃଙ୍ଖଳାକୁ ମିଶାଇ ବିଶ୍ବକପ୍‌ ପୂର୍ବରୁ ଭାରତକୁ ୧୬ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାର ଅଛି । ଇଣ୍ଡିଜ୍ ଶୃଙ୍ଖଳା ପରେ ଭାରତ ଏସିଆ କପ୍‌ରେ ୫ଟି ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଲେଖାଏଁ ଟି୨୦ ମ୍ୟାଚ୍‌ ଖେଳିବ ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଦଳକୁ ଅଧିନାୟକ ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଋଷଭ ପନ୍ତ୍, ଦିନେଶ କାର୍ତ୍ତିକ ଓ ଭୁବନେଶ୍ବର କୁମାର ଫେରିଛନ୍ତି । ଏବେ ଦେଖିବାର କଥା ଯେ କେ.ଏଲ୍‌. ରାହୁଲ ଦଳରୁ ବାଦ୍‌ ପଡ଼ିଥିବା ବେଳେ ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‌ କରୁଛନ୍ତି । କୋହଲିଙ୍କ ଅନୁପସ୍ଥିତିର ଫାଇଦା ଉଠାଇବାକୁ ହୁଡା ଚାହିଁବେ। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଲାଇନ୍‌ରେ କାଏଲ୍‌ ମେୟର୍ସ, ନିକୋଲାସ୍ ପୁରନ୍, ଆକିଲ ହୋସେନ୍‌ଙ୍କ ପରି ବାମହାତି ବ୍ୟାଟ୍‌ସମ୍ୟାନ୍ ଥିବାରୁ ଟି-୨୦ ଦଳକୁ ଫେରିଥିବା ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଖେଳାଇବା କଥା ଭାରତ ବିଚାର କରିପାରେ। ପୁଣି ଯୁଜବେନ୍ଦ୍ର ଚହଲ ନଥିବାରୁ ଲେଗ୍‌ସ୍ପିନର ରବି ବିଷ୍ଣୋଇ ଓ କୁଲ୍‌ଦୀପ ଯାଦବଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ପେସ୍ ବୋଲର ଭାବେ ହର୍ଷଲ ପଟେଲ ଓ ଭୁବନେଶ୍ବର କୁମାର ଖେଳିବା ନିଶ୍ଚିତ ହୋଇଥିବା ବେଳେ‌େ‌ଳ ୩ୟ ପେସ୍ ବୋଲର ଭାବେ ଅର୍ଶଦୀପ ସିଂହ ଓ ଆଭେସ୍ ଖାଁଙ୍କ ମଧ୍ୟରୁ ଜଣେ ଖେଳିବେ। ଏହା ସତ ଯେ ଦିନିକିଆ ଅପେକ୍ଷା ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ ଅଧିକ ଶକ୍ତିଶାଳୀ ଦଳ। ବାଂଲାଦେଶଠାରୁ ଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା ୦-୩ରେ ହାରିଥିଲେ​‌ ହେଁ ଟି୨୦ ଶୃଙ୍ଖଳାକୁ ୨-୦​ରେ ଜିତିଥିଲା। ବୋଲିଂରେ ୱେଷ୍ଟଇଣ୍ଡିଜ୍‌ ସେପରି ଶକ୍ତିଶାଳୀ ନାହିଁ। ଏହାର ବ୍ୟାଟ୍‌ସମ୍ୟାନ୍ ଯଦି ସଫଳ ହୁଅନ୍ତି; ତେବେ ଏହା ଭାରତକୁ ରୋକିପାରେ। ଅଦ୍ୟାବଧି ଉଭୟ ଦେଶଙ୍କ ମଧ୍ୟରେ ୭ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳା ଯାଇଥିବା ବେଳେ ଭାରତ ୫ଟି ଜିତିଛି । ପୁଣି ଉଭୟ ଦେଶଙ୍କ ମଧ୍ୟରେ ଶୃଙ୍ଖଳାରେ ଭାରତ କ୍ରମାଗତ ୪ଟି ଜିତିଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories