www.samajalive.in
Monday, December 15, 2025
15.1 C
Bhubaneswar

ମରାମତି ହୋଇପାରିବନି, ତିଆରି ହେବ ନୂଆ କୋଠା- ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ କୋଠା ସ୍ଥିତି ଅନୁଧ୍ୟାନ କଲେ କନିଷ୍ଠ ଯନ୍ତ୍ରୀ

ମୁଖୀଗୁଡା – କଳାହାଣ୍ଡି ଜିଲ୍ଲା ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ କୋଠା ବିପଦ ସଂକୁଳ ଅବସ୍ଥାରେ । ଏ ସପର୍କିତ ଖବର ‘ସମାଜ’ଲାଇଭ.ଇନ ରେ ପ୍ରକାଶ ପାଇବା ପରେ ଶୁକ୍ରବାର ଅପରାହ୍ନ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଭବେନ୍ଦ୍ର ନାଥ ଟୁଡୁ ଏବଂ ତରୁଣ କୁମାର ନାଏକ ଉପନିବନ୍ଧନ କାର୍ଯ୍ୟାଳୟ କୋଠାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ । କୋଠାର ମରାମତି କାମ ସମ୍ଭବ ପର ନଥିବା ବେଳେ ଏକ ନୂତନ କୋଠା ନିର୍ମାଣ ସମ୍ପର୍କରେ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା ଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲା ଜୟପାଟଣା ଉପନିବନ୍ଧନ କାର୍ଯ୍ୟାଳୟ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଛି ।ଏହି କାର୍ଯ୍ୟାଳୟ ଉପରେ ଜୟପାଟଣା ତହସିଲ ଅଞ୍ଚଳର ଲୋକେ ଜମି କିଣାବିକା ତଥା ଅନ୍ୟାନ୍ୟ କାମ ଉପରେ ନିର୍ଭର କରୁଛନ୍ତି । କାର୍ଯ୍ୟାଳୟ ରୁ ସରକାର ବାର୍ଷିକ ପ୍ରlୟ ଏକ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ।

- Advertisement -

୧୯୯୪ ମସିହାରେ ନିର୍ମିତ ଏହି କୋଠା ମରାମତି ଅଭାବରୁ ବର୍ଷା ଦିନେ ପାଣି ଗଳୁ ଥିବାବେଳେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସିୁଛି, ଦିନରେ କାର୍ଯ୍ୟାଳୟକୁ ଆସୁଥିବା ଲୋକ ଏବଂ ସରକାରୀ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ରେକର୍ଡ ରୁମର ଛାତର କିଛି ଅଂଶ ସିମେଣ୍ଟ ପ୍ଲାଷ୍ଟର ଖସି ଲୁହାଛଡ଼ ଓହଳି ଗଲାଣି । ୧୯୬୫ ମସିହାରୁ ଥିବା ଅନେକ ଦରକାରୀ କାଗଜପତ୍ର ନଷ୍ଟ ହେବାକୁ ବସିଲାଣି । କେତେବେଳେ ଛାତ ସମ୍ପୂର୍ଣ୍ଣ ଗଳି ପଡିବ ସେହି ଆଶଙ୍କାରେ ସେଠାରେ କାମ କରୁଥିବା କର୍ମଚାରୀ ଏବଂ କାମ ପାଇଁ ଆସୁଥିବା ସାଧାରଣଲୋକ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories