www.samajalive.in
Monday, December 15, 2025
14.1 C
Bhubaneswar

ପୁରୀ ଲୋକସଭା ପ୍ରବାସ ଲାଭାର୍ଥୀ ଯୋଜନା ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି

ସୁଆଣ୍ଡୋ : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ସତ୍ୟବାଦୀରେ ପୁରୀ ଲୋକସଭା ପ୍ରବାସ ଲାଭାର୍ଥୀ ଯୋଜନା ଉଦଘାଟନ କରିଛନ୍ତି । ଏହି ଅବସରରେ ସତ୍ୟବାଦୀ ବିଜେପି ପକ୍ଷରୁ ବ୍ଲକ ଛକ ନିକଟରେ ଏକ ସଭାର ଆଯୋଜନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବହୁମୂଖୀ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିବା ସହିତ ଆସନ୍ତା ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପି ସରକାର ଗଠନ କରିବାକୁ ହେଲେ ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରିବାକୁ କର୍ମୀମାନଙ୍କୁ କେନ୍ଦ୍ର ମନ୍ତ୍ରୀ ସାଧ୍ୱୀ ଜ୍ୟୋତି ପରାମର୍ଶ ଦେଇଛନ୍ତି। ଏଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଲୋକସଭା ପ୍ରଭାରୀ ଅସୀମ ଦାସ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ, ବିଜେପି ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଲୋକସଭା ସଂଯୋଜକ ଶଙ୍କର ପରିଡା, ବିରିଷ୍ଠ ବିଜେପି ନେତା କୃଷ୍ଣ ଜଗଦେବ ପ୍ରମୁଖ ଯୋଗ ଦେଇଥିଲେ ।

- Advertisement -

ଏହି ଅମସରରେ ମହିଳା କର୍ମୀମାନେ କେନ୍ଦ୍ର ସରକାର, ପୁରୀ ଜିଲାକୁ ୬ ମାସ ଧରି ଗହମ ଯୋଗାଣ କରୁନଥିବା ସମ୍ପର୍କରେ ମନ୍ତ୍ରୀଙ୍କୁ ପଚାରିଥିଲେ। ସମଗ୍ର ଦେଶରେ ଗହମ ଯୋଗାଣ ଠିକ୍ ଠାକ ଚାଲିଥିବା ବେଳେ ଆପଣମାନେ ପାଉନଥିବା ଘଟଣା ଜାଣି ଆଶ୍ଚର୍ଯ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ସହସ୍ରାଧିକ ମହିଳା ଓ ପୁରୁଷ ସଭାରେ ଯୋଗ ଦେଇଥିଲେ। ରାଜ୍ୟ ବିଜେପି କାର୍ଯକାରୀ କମିଟି ସଭ୍ୟ ଓମ୍ ପ୍ରକାଶ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories