www.samajalive.in
Monday, December 15, 2025
15.1 C
Bhubaneswar

ଆଦର୍ଶ ଥାନାଞ୍ଚଳରେ ଲୁଟିଆ ସକ୍ରିୟ

ସମ୍ବଲପୁର:ସମ୍ବଲପୁରର କ୍ଷେତରାଜପୁର ଆଦର୍ଶ ଥାନାଞ୍ଚଳରେ ଦିନକୁ ଦିନ ଲୁଟିଆ ମାନଙ୍କର ଶିକାର ମହିଳାମାନେ ହେଉଥିବା ବେଳେ କିନ୍ତୁ ପୁଲିସ ନୀରବଦ୍ରଷ୍ଟା ସାଜିଛି। କ୍ଷେତରାଜପୁର ଥାନା ସନ୍ନିକଟସ୍ଥ ରିଂରୋଡ ସମେତ ଅନ୍ୟଅଞ୍ଚଳ ଗୁଡିକରେ ଲୁଟିଆମାନେ ନିୟମିତ ମହିଳାମାନଙ୍କୁ ଟାରଗେଟ କରି ଲୁଟ କରୁଥିବା ବେଳେ ପୁଲିସ ଅପରାଧିଙ୍କ ଟେର ସୁଦ୍ଧା ପାଇପାରୁ ନାହିଁ। ମଙ୍ଗଳବାର ସନ୍ଧ୍ୟା ସମୟରେ କ୍ଷେତରାଜପୁର ସ୍ଥିତ ତିୱାରୀ ଗଳି ନିକଟରେ ଜଣେ ମହିଳାଙ୍କୁ ଭବିଷ୍ୟତବାଣି କହିବା ଆଳରେ ଲକ୍ଷାଧିକ ଟଙ୍କାର ଲୁଟ କରାଯାଇଥିବା ବେଳେ ଏହି ଘଟଣାର ମାତ୍ର ୧୨ ଘଣ୍ଟା ମଧ୍ୟରେ ପୁର୍ନବାର ସେଭଳି ଉପାୟରେ କ୍ଷେତରାଜପୁର ଥାନା ସନ୍ନିକଟସ୍ଥ ଧୁବାପଡା ଛକ ନିକଟରୁ ପ୍ରେମଦିନୀ ଜଲାନ ନାମକ ଜଣେ ବରିଷ୍ଠ ମହିଳାଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରାଯାଇଛି। ବରିଷ୍ଠ ମହିଳା ଜଲାନ ତାଙ୍କର ସମଲେଶ୍ୱରୀ ରେସିଡେନ୍ସ ସ୍ଥିତ ଘରୁ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ସକାଳ ଭ୍ରମଣରେ ବାହାରିଥିବା ବେଳେ ଆଦର୍ଶ ଥାନା ନିକଟସ୍ଥ ଧୋବାପଡା ଛକରୁ ରିଂରୋଡକୁ ଯାଉଥିବା ବେଳେ ୨ ଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ଭବିଷ୍ୟତବାଣୀ କରିବା ଆଳରେ ତାଙ୍କୁ ଏକ କର୍ପୁର ଦେବାକୁ କହିଥିଲେ। ମହିଳା ଜଣକ ଲୁଟିଆଙ୍କ କଥାରେ ଭରସା କରି ସେମାନଙ୍କ କହିବାନୁଯାୟୀ କର୍ପୁର ଓ ଅଗରବତି କିଣିବା ପାଇଁ ଟଙ୍କା ଦେବା ସହିତ ସେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନାଚୁଡି, ମାଳି ଓ ଅନ୍ୟାନ୍ୟ ଅଳଙ୍କାର ଗୁଡିକୁ ଏକ ବ୍ୟାଗରେ ରଖିଦେଇଥିଲେ। ଏହା ପରେ ଲୁଟିଆ ଙ୍କ କହିବାନୁଯାୟୀ କିଛି ସମୟ ଆଖି ବନ୍ଦ କରିବାରୁ ଲୁଟିଆ ମାନେ ସମସ୍ତ ସୁନାଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏହା ପରେ ପିଡିତା ମହିଳା କ୍ଷେତରାଜପୁର ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାରୁ ପୁଲିସ ମାମଲା ସଂଖ୍ୟା ୨୨୨/୨୦୨୨ ରୁଜୁ କରି ଘଟଣାର ତଦନ୍ତ କରୁଛି।

ମାତ୍ର ୧୨ ଘଣ୍ଟା ମଧ୍ୟରେ ୨ ଜଣ ମହିଳା ଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ଘଟଣା ପରେ ମଧ୍ୟ ପୁଲିସ ସକ୍ରିୟ ନ ହେବା ଦୁର୍ଭାଗ୍ୟର ବିଷୟ ଅଟେ। ଅନେକ ସମୟରେ ଥାନା ସନ୍ନିକଟସ୍ଥ ଅଞ୍ଚଳରୁ ଲୁଟ, ଚୋରି ଆଦି ଘଟି ଚାଲିଥିବା ବେଳେ କିନ୍ତୁ ପୁଲିସର ନିଷ୍କ୍ରିୟତା ପାଇଁ ଅପରାଧିକ ଘଟଣାମାନ ବୃଦ୍ଧି ହେବାରେ ଲାଗିଛି। ସମ୍ବଲପୁର ସହରରେ ଘଟୁଥିବା ଅନେକ ଲୁଟ ଘଟଣାର ଅପରାଧି ମାନେ କ୍ଷେତରାପୁର ଆଦର୍ଶ ଥାନା ସମ୍ମୁଖରେ ଥିବା ରିଂ ରୋଡ ଦେଇ ଫେରାର ମାରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ ଜଣେ ହେଲେ ଅପରାଧିଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନାହିଁ। ଏ ସର୍ମ୍ପକରେ କ୍ଷେତରାଜପୁର ଥାନାଧିକାରିଣୀ ଙ୍କୁ ପଚରାଯିବାରୁ ସେ ମାମଲାର ତଦନ୍ତ ଚାଲିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ବିଗତ ୨୨ ସେପ୍ଟେମ୍ବର ୨୦୧୯ରେ କ୍ଷେତରାଜପୁରରୁ ରେମେଡ ରାସ୍ତାରେ ହୋଇଥିବା ସୁନାଗହଣା ଲୁଟ ସମେତ ସିରିଜ ଲୁଟର ସିଂହଭାଗ ଅପରାଧି ଙ୍କୁ ଆଜି ପର୍ଯ୍ୟନ୍ତ ପୁଲିସ ଧରି ପାରି ନ ଥିବା ବେଳେ ଥାନା ନିକଟରେ ହୋଇଥିବା ଲୁଟ ଘଟଣାର ଅପରାଧି ଙ୍କୁ ମଧ୍ୟ ପୁଲିସ ଧରିବା ଆଶା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି। ପୁଲିସ ସମସ୍ତ ମାମଲା ଗୁଡିକରେ କେବଳ ମାମଲା ରୁଜୁ କରି ହାତବାନ୍ଧି ବସି ରହୁଥିବାରୁ ଅଞ୍ଚଳରେ ଅପରାଧ ସଂଖ୍ୟା ବେଶ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ପାଟ୍ରୋଲିଂ କଡାକଡି କରା ଯାଉ ନ ଥିବାରୁ ଥାନା ନିକଟରୁ ଅପରାଧି ମାନେ ଅପରାଧିକ କାଣ୍ଡ ଭିଆଇବାର ସାହାସ ପାଉଛନ୍ତି। ଏଣୁ ଅଞ୍ଚଳରେ ପୁଲିସ ବ୍ୟବସ୍ଥାକୁ ସୁଦୃଢ଼ କରି ଜନତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସବୁ ମହଲରୁ ଦାବି ହେଉଛି। ଅପରପକ୍ଷରେ ନିୟମିତ ବ୍ୟବଧାନରେ ଲୁଟିଆ ଗ୍ୟାଙ୍ଗ ସକ୍ରିୟ ହେଉଥିବା ବେଳେ ଏ ସର୍ମ୍ପକରେ ଠୋସ ପ୍ରତିକାର ବ୍ୟବସ୍ଥା କରିବାକୁ ଜନତା ଦାବି କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories