www.samajalive.in
Monday, December 15, 2025
15.1 C
Bhubaneswar

ବିଦ୍ୟୁତ ଆଘାତରେ ଜଣେ ଯୁବକ ମୃତ

ଫୁଲବାଣୀ: ଫୁଲବାଣୀ ବ୍ଳକ ଅନ୍ତର୍ଗତ ଆଲାମି ପଞ୍ଚାୟତର ସାତାଙ୍ଗଜର୍ଗୀ ଗ୍ରାମର ସୁବାଷ କହଁର (୨୨)। ସେ ସଦର ଥାନା ଅନ୍ତର୍ଗତ ତେରାଗୁଡା ଗ୍ରାମର ଶେଷଦେବ ଯାନୀଙ୍କ ଘରେ ତିନି ଚାରି ଜଣ ମୂଲିଆ ମିସ୍ତ୍ରୀଙ୍କ ସହ ମିଶି ମୂଲିଆ ଭାବେ ତିନି ଚାରି ମାସ ହେଲା ଘର କାମ କରି ଆସୁଥିଲେ। ପିଲାସାଲୁଙ୍କି ନଦୀରୁ ମୋଟର ସାହାଯ୍ୟରେ ଘରକୁ ପାଣି ଆଣି କାମ କରୁଥିଲେ।

ଆଜି କାମ ବନ୍ଦକରି ପିଲା ସାଲୁଙ୍କି ନଦୀକୁ ଗୋଡ଼ ହାତ ଧୁଆ ଧୋଇ ହେବାକୁ ଯାଇ ଫେରି ନଥିଲେ। ଫେରିବା ବିଳମ୍ବ ହେବାରୁ ତାଙ୍କ ସହିତ କାମ କରୁଥିବା ଅନ୍ୟମାନେ ଖୋଜିବା ପାଇଁ ଯାଇଥିଲେ ସେହି ସମୟରେ ସୁବାଷ ନଦୀ କୂଳରେ ଅଚେତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ, ତାପରେ ସେମାନେ ଘର ମାଲିକକୁ ଖବର ଦେଇଥିଲେ ।ଘର ମାଲିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି କନ୍ଧମାଳକୁ ଖବର ଦେଇଥିଲେ। ଟିମ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁବାଷକୁ ଉଦ୍ଧାରକରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ଥାନା ଅଧିକାରୀଙ୍କୁ ପଚାରିବାରୁ ବିଦ୍ୟୁତ ଆଘାତରୁ ମୃତ୍ୟୁ ବରଣ କରିଥାଇପରେ ବୋଲି ସନ୍ଦେହ କରାଯାଉଛି ପ୍ରକାଶ କରିବା ସହ ଶବବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories