ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ହେବା ନିଷ୍ପତ୍ତି ହୋଇଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରାଭିଭାବକ, ଅଞ୍ଚଳବାସୀ ତଥା ବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ୫ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ କିଭଳି ସୁରୁଖୁରୁରେ ସଂପନ୍ନ ହୋଇପାରିବ ସେ ନେଇ ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମଧ୍ୟରେ ଶ୍ରେଣୀଗୃହକୁ ଅତ୍ୟାଧୁନିକ ଢଙ୍ଗରେ ପରିଣତ କରିବା, ଇ-ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, ଖେଳପଡିଆ, ଶୌଚାଳୟ ନିର୍ମାଣ, ବିଶୁଦ୍ଧ ପାନୀୟଜଳ ଯୋଗାଣ ଆଦି କାର୍ଯ୍ୟ ସଂପନ୍ନ ହେବ। ନିର୍ଦ୍ଧାରିତ ସମୟରେ ଉତ୍ତମରୂପେ କାର୍ଯ୍ୟକରିବା ନିମନ୍ତେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଇତିଶ୍ରୀ ସାହୁ, ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ରମ୍ଭାବତୀ ସାହୁ, ମିହିର କୁମାର ପରିଡା, ଶିକ୍ଷାବିିତ୍ ବିମ୍ବାଧର ନାୟକ, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ବିପ୍ରଚରଣ ବେହେରା, ଶିକ୍ଷୟିତ୍ରୀ ସାଗରିକା ନାଥ, ଭକକ୍ତିଲତା ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।



