www.samajalive.in
Sunday, December 14, 2025
19.1 C
Bhubaneswar

ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କଂଗ୍ରେସ ନେତାଙ୍କ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବୌଦ୍ଧ ବିଜେପି ପକ୍ଷରୁ ଥାନାରେ ଏତାଲା

ବୌଦ୍ଧ : କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଲୋକସଭାର ବିରୋଧିଦଳ ନେତା ଅଧିରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ଅାଶାଳିନ ମନ୍ତବ୍ୟ ଦେଇଥିବାରୁ ଏହାର ପ୍ରତିବାଦରେ ବୌଦ୍ଧ ଜିଲା ବିଜେପି ପକ୍ଷରୁ ଗୁରୁବାର ଦିନ ଥାନାରେ ଏତେଲା ଦିଆଯିବାସହ ଗାନ୍ଧୀଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱର ଦଳର ନେତାମାନେ ବୌଦ୍ଧ ଆଦର୍ଶ ଥାନାକୁ ଯାଇ ବିରୋଧିଦଳ ନେତା ଅଧିରଞ୍ଜନ ଚୌଧୁରୀଙ୍କ ନାମରେ ଏକ ଏତାଲା ଦେଇଛନ୍ତି।

ଅଭିଯୋଗପତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲଲ୍ଳେଖ କରାଯାଇଛି। ଏହାସହ ସନ୍ଧ୍ୟାରେ ସହରର ଗାନ୍ଧୀଛକଠାରେ ସାଂସଦ ଶ୍ରୀ ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ବିକ୍ଷୋଭରେ ବରିଷ୍ଠ ବିଜେପି ନେତା ପ୍ରଦୋଷ ମିଶ୍ର, ସୂର୍ଯ୍ୟନାରାୟଣ ମହାପାତ୍ର,ମନୋରଞ୍ଜନ ଦାଶ.ନମିତାରାଣୀ ଦାଶ, ବିଶିକେସନ ପ୍ରଧାନ, ଶ୍ୟାମସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ,ନିରଞ୍ଜନ ଦାନୀ ଓ ରାଜକୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories