www.samajalive.in
Sunday, December 14, 2025
26.1 C
Bhubaneswar

ବଢୁଛି ସାଇବର ଅପରାଧ, ଜିଲାପାଳଙ୍କ ନାମରେ ବି ଫେକ୍ ଆଇଡି କରି ମାଗୁଛନ୍ତି ଟଙ୍କା

ବୌଦ୍ଧ : ବୌଦ୍ଧରେ ସାଇବର ଅପରାଧ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ହାକ୍ କରି ଟଙ୍କା ଉଠାଇବାରେ ସଫଳ ହେଉଥିବା ଅପରାଧିମାନେ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଅପରାଧୀମାନେ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଫୋଟକୁ ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲି ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ଲୋକଙ୍କୁ ଅର୍ଥ ମାଗୁଥିବା ଜଣାଯାଇଛି।

ସୂଚନା ମୁତାବକ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅବସର ଗ୍ରହଣ କରିବାକୁ ଆଉମାତ୍ର ତିନିଦିନ ବାକି ରହିଥିବାବେଳେ ହ୍ୱାଟସଆପ୍‌ ତାଙ୍କରି ନାମରେ ଫେକ୍ ଆକାଉଣ୍ଟ୍ ଖୋଲି ବିଭିନ୍ନ ଅଧିକାରୀଙ୍କ ନିକଟକୁ ଅର୍ଥ ପ୍ରଦାନ କରିବାକୁ ମେସେଜ ପଠାଯାଉଥିବା ଘଟଣା ପଦାକୁ ଆସିବାପରେ ଜିଲାପ୍ରଶାସନ ପକ୍ଷରୁ ଏହି ଅପରାଧି ଗ୍ୟାଙ୍ଗଙ୍କ ଠାରୁ ସତର୍କ ରହିବାକୁ ଜିଲାର ଅଧିକାରୀ ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଛି। ସାଇବର ଠକଙ୍କ ନାମରେ ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ପକ୍ଷରୁ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଉଅଛି।

- Advertisement -

ଜିଲାରେ ଏକ ସାଇବର ଥାନା ସ୍ଥାପନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବାବଳେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସରକାର କ୍ୟାସଲେସ କାରବାରକୁ ପ୍ରୋତ୍ସହନ ଦେଉଥିବାବେଳେ ସାଇବର ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ କୌଣସି ବ୍ୟବସ୍ଥା କରିପାରିନାହାନ୍ତି। ଫଳରେ କମ୍ପ୍ୟୁଟର, ମୋବାଇଲ ଓ ଇଣ୍ଟରନେଟ ଉପରେ ବିଶେଷ ଜ୍ଞାନ ନଥିବା ଲୋକମାନେ ନେଟ ବ୍ୟାଙ୍କିଙ୍ଗ କରି ଠକମାନଙ୍କ ଦ୍ୱାରା ଶୀକାର ହେଉଛନ୍ତି। ସେହିପରି ବ୍ୟାଙ୍କ ଏଟିଏମ ଗୁଡିକରୁ ଟଙ୍କା ଉଠାଣ ସମୟରେ ମଧ୍ୟ ଅନେକ ଲୋକ ଠକମାନଙ୍କ ଶୀକାର ହେଉଥିବା ଦେଖିବାକୁ ମିଳୁଅଛି। ତେଣୁ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ତୁରନ୍ତ ସରକାର ପ୍ରତ୍ୟେକ ଜିଲାରେ ସ୍ୱତନ୍ତ୍ର ଥାନା ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ସାଧାରଣାରେ ଦାବି ହେଉଅଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories