www.samajalive.in
Monday, December 15, 2025
27.1 C
Bhubaneswar

ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ; ୧୯ ବିରୋଧୀ ସଭ୍ୟ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ସଦସ୍ୟଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ଲୋକସଭାର ୪ଜଣ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିବା ବେଳେ ମଙ୍ଗଳବାର ରାଜ୍ୟସଭାର ୧୯ ବିରୋଧୀ ସଦସ୍ୟଙ୍କୁ ଗୃହରୁ ଚଳିତ ମୌସୁମୀ ଅଧିବେଶନର ସପ୍ତାହକ ପାଇଁ ଗୃହରୁ ନିଲମ୍ବନ କରାଯାଇଛି। ଆଜି ନିଲମ୍ବିତ ହୋଇଥିବା ୧୯ ସଦସ୍ୟଙ୍କ ମଧ୍ୟରୁ ତୃଣମୂଳ କଂଗ୍ରେସର ୭, ଡିଏମ୍‌କେର ୬, ଟିଆରଏସ୍‌ର ୩, ସିପିଆଇଏମ୍‌ର ୨ ଓ ସିପିଆଇର ଜଣେ ସଦସ୍ୟ ଅଛନ୍ତି। ଏହି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ସେମାନେ ଜିଏସଟି, ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ହୋହଲ୍ଲା କରିଥିଲେ । ଗୃହର ଅଧ୍ୟକ୍ଷଙ୍କ ନିର୍ଦେଶ ସତ୍ତ୍ବେ ନିଲମ୍ବିତ ସଦସ୍ୟମାନେ ଗୃହ ଛାଡି ଯାଇ ନଥିଲେ।

ସେମାନେ ପୂର୍ବ ପରି ଗୃହରେ ବିକ୍ଷୋଭ କରିଥିଲେ। ଫଳରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ଡେରେକ ଓବ୍ରାଏନ, ମୌସମ ନୂର, ଡୋଲା ସେନ, ଶାନ୍ତନୁ ସେନ, ସୁସ୍ମିତା ଦେବ, ନଦିମୁଲ ହକ୍, ଏମଏଚ୍ ଅବଦୁଲ୍ଲା ଓ ଏଏ ରହିମ ପ୍ରମୁଖ ରହିଛନ୍ତି। ନିଲମ୍ବନ ଆଦେଶ ପରେ ଓବ୍ରାଏନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗଣତନ୍ତ୍ରକୁ ନିଲମ୍ବନ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ନୁହେଁ ସରକାର ହିଁ ସଂସଦ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି।
ରାଜ୍ୟସଭାରେ ଗୃହର ନେତା ପୀୟୂଷ ଗୋୟଲ କହିଛନ୍ତି ଯେ, ବିରୋଧୀ ସଦସ୍ୟଙ୍କୁ ଗୃହରୁ ନିଲମ୍ବନ କରିବା ନିର୍ଦେଶ ଯଥାର୍ଥ। କାରଣ ଅଧ୍ୟକ୍ଷଙ୍କ ବାରମ୍ବାର ନିବେଦନ ସତ୍ତ୍ବେ ବିରୋଧୀ ସଦସ୍ୟମାନେ ସେମାନଙ୍କ ବିଶୃଙ୍ଖଳିତ ଆଚରଣରେ ପରିବର୍ତ୍ତନ କରି ନଥିଲେ। ଗୃହ କାର୍ଯ୍ୟ ପରିଚାଳନାର ୨୫୬ ନମ୍ବର ନିୟମ ଅନୁଯାୟୀ ସଦସ୍ୟମାନଙ୍କୁ ନିଲମ୍ବନ କରାଯାଇଛି। ଏହି ନିୟମ ଅନୁଯାୟୀ ଗୃହର ଅଧ୍ୟକ୍ଷ ଜଣେ ସଦସ୍ୟଙ୍କୁ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ନିଲମ୍ବନ କରିପାରିବେ। ସୋମବାର କଂଗ୍ରେସର ୪ ଲୋକସଭା ସଦସ୍ୟଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବନ କରାଯାଇଥିଲା।

- Advertisement -

ଏହି ସଦସ୍ୟମାନେ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ନାରାବାଜି କରିଥିଲେ।
ଅନ୍ୟପଟେ ମଙ୍ଗଳବାର ଲୋକସଭାରେ ପରିବାର ଅଦାଲତ (ସଂଶୋଧନ) ବିଧେୟକ ୨୦୨୨ ଗୃହୀତ ହୋଇଛି। ପରିବାର ଅଦାଲତ ୧୯୮୪ରେ ସଂଶୋଧନ କରାଯାଇ ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ପରିବାର ଅଦାଲତ ସ୍ଥାପନକୁ ଅନୁମୋଦନ କରାଯାଇଛି। ବିଧେୟକ ଉପରେ ଆଲୋଚନା କାଳରେ ମନ୍ତ୍ରୀ କିରନ୍‌ ରିଜିଜୁ କହିଥିଲେ ଯେ, ଦେଶର ୨୬ଟି ରାଜ୍ୟରେ ୭୧୫ଟି ପରିବାର ଅଦାଲତ କାର୍ଯ୍ୟ କରୁଛି। ଏବେ ଆଉ ଦୁଇଟି ରାଜ୍ୟରେ ପରିବାର ଅଦାଲତ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ଜୁଲାଇ ୧୮ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଦରଦାମ ବୃଦ୍ଧି ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଉଭୟ ଗୃହକୁ ଅଚଳ କରି ରଖିଛନ୍ତି।
୧୯ ବିରୋଧୀ…

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories