www.samajalive.in
Sunday, December 14, 2025
26.1 C
Bhubaneswar

ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଂଘ ତରଫରୁ କାରଗିଲ ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁର ଠାରେ ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଂଘ ପକ୍ଷରୁ ୨୩ତମ କାରଗିଲ ବିଜୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ୧୯୯୯ ମସିହାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନ ମାନଙ୍କୁ ପୂର୍ବତନ ସୈନିକ ମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସନ୍ଧ୍ୟା ସମୟରେ ଜିଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ ଠାରେ ଆୟୋଜିତ ବିଜୟ ସମାରୋହ ଜାତୀୟ ସଙ୍ଗୀତ ଗାନ ସହିତ ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ ୬ ଜଣ ୱାର ୱିଡୋ ଓ ଆହତ ବୀର ସୈନିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜୟ ଉତ୍ସବ ସଭାରେ ବକ୍ତା ମାନେ କାରଗିଲ ଯୁଦ୍ଧ ଓ ବିଜୟ ଉପରେ ନିଜର ଅନୁଭୂତି ଓ ବକ୍ତବ୍ୟ ରଖିଥିଲେ।

ମୁଖ୍ୟ ଅତିଥି ରୂପେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ର. ମହାଦେଓ ଜୟସ୍ୱାଲ, ସମ୍ମାନୀତ ଅତିଥି ରୂପେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର, ଅତିରିକ୍ତ ଜିଲାପାଳ (ସାଧାରଣ) ଅଜମ୍ବର ମହାନ୍ତି, କର୍ଣ୍ଣେଲ ନିମାଇଁ ଚରଣ ପତି ଓ କର୍ଣ୍ଣେଲ ପ୍ରଭାତ ପଣ୍ଡା ଯୋଗ ଦେଇଥିଲେ। ଅତିଥି ମାନେ ବୀରା ନାରୀ ଦସେନ୍ଦ୍ରୀ ଟପ୍ପୋ, ଦିପ୍ତି ସାହୁ, ବିନୋଦିନୀ ବାଗ, ବୀର ଯୋଦ୍ଧା ସୁବେଦାର ମେଜର ପ୍ରଦୀପ ବେକ, କର୍ଣ୍ଣେଲ ପ୍ରଭାତ ପଣ୍ଡା, ସୁବେଦାର ମେଜର ଶିବ ନାରାୟଣ ବେହେରାଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ। ଏହା ପରେ ଭବ୍ୟ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଭାପତି ଇନ୍ଦୁ ଭୂଷଣ ମହାପାତ୍ର ଓ ସାଧାରଣ ସମ୍ପାଦକ ସୁବୋଧ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ. ଏନ ବେହେରା, ବି. ଏନ ପଣ୍ଡା, ଅନୀଲ ମିଶ୍ର, ସୋମନାଥ ସାହୁ ଓ ସମସ୍ତ ସଦସ୍ୟ ସକ୍ରିୟ ସହାୟତା କରିଥିଲେ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories