www.samajalive.in
Monday, December 15, 2025
15.1 C
Bhubaneswar

ବଢୁଛି ଋଣ ବୋଝ,ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ବଢ଼ିି ଚାଲିଛି। ଏଠି ବିକାଶମୂଳକ କାମ ହେଉନି। ଗରିବଙ୍କ ମୁଣ୍ଡରେ ରାଜ୍ୟ ସରକାର ଋଣବୋଝ ଲଦି ଦେଇଛନ୍ତି। ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେମାନେ ଦାବି କରିଥିବାବେଳେ ଓଡ଼ିଶାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାର ଋଣ କରିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜବାବ ରଖିଛନ୍ତି । ଶୃଙ୍ଖଳିତ ଆର୍ଥିକ ପରିଚାଳନା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ସେ କହଛନ୍ତି । ମଙ୍ଗଳବାର ବିଧାନସଭାରେ ମୁଲତବୀ ପ୍ରସ୍ତାବ ଶୀର୍ଷକ ‘ଋଣଭାରରେ ବୁଡ଼ିଛି ଓଡ଼ିଶା’ ଉପରେ ଆଲୋଚନା ଆରମ୍ଭ କରି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ରାଜ୍ୟରେ ଗରିବଙ୍କ ସଂଖ୍ୟା ବଢୁଛି । ବିକାଶ ହେଉନି ।

ସରକାର କିନ୍ତୁ ଋଣ କରିଚାଲିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କୃଷକଙ୍କ ଆୟ ବହୁତ କମ୍‌। ଲୋକଙ୍କ ମୁଣ୍ଡରେ ଋଣ ବୋଝ ଲଦି ଦିଆଯାଉଛି। ଏଲଆଣ୍ଡଟି ସଂସ୍ଥାକୁ ଟଙ୍କା ନ ଦେବାରୁ ସରକାରଙ୍କ ସମ୍ପତ୍ତି ଜବତ ହେବା ପ୍ରସଙ୍ଗକୁ ସେ ଉଠାଇଥିଲେ। ନୀତି ଆୟୋଗ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗରିବ ଲୋକଙ୍କ ସଂଖ୍ୟା ବଢ଼ୁଥିବା ସେ ଦର୍ଶାଇଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ୮୯୧ କୋଟି ଟଙ୍କା ବରାଦ କରିଛନ୍ତି। ଏହି ପ୍ରକଳ୍ପରେ ରାଜ୍ୟ ଓ କେନ୍ଦ୍ର ୫୦ ପ୍ରତିଶତ ଲେଖା ଅର୍ଥ ଖର୍ଚ୍ଚ କରିବେ ବୋଲି ବୁଝାମଣା ହୋଇଛି। ସେଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ବରାଦ ମୁତାବକ ଅର୍ଥ ଦେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ରାଜ୍ୟର ସବୁ ପ୍ରକଳ୍ପ ପାଇଁ ୫୪୭ କୋଟି ଟଙ୍କା ବରାଦ କରିଛନ୍ତି।

- Advertisement -

ଏଥିରେ ଭିତ୍ତିଭୂମି କିପରି ବିକାଶ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ଏହା ଉପରେ ସରକାରଙ୍କଠୁ ଶ୍ୱେତପତ୍ର ଦାବି କରିଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ମୁଣ୍ଡ ପିଛା ଋଣ ବଢ଼ିଚାଲିଛି। କେବଳ ଖଣି ନିଲାମ ଅର୍ଥ ଯୋଗୁଁ ଆର୍ଥିକ ସ୍ଥିତି କିଛିଟା ଭଲ ରହିଛି। ୧୦ବର୍ଷରେ ୩୭୫ ପ୍ରତିଶତ ଋଣ ବଢ଼ିଛି। ଖୋଲା ବଜାରରୁ ଋଣ ଅଣାଯିବାକୁ ସେ ନାପସନ୍ଦ କରିବା ସହ ଆର୍ଥିକ ସ୍ଥିତି ନେଇ ଶ୍ୱେତପତ୍ର ଦାବି କରିଥିଲେ। ବିଧାୟକ ମୋହନ ଚରଣ ମାଝି କହିଥିଲେ ଯେ ରାଜ୍ୟ ସରକାର ତ ବଳକା ବଜେଟ କଥା କହୁଛନ୍ତି। ତାହେଲେ ଋଣ କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଥିଲେ। ରାଜ୍ୟରେ ଖାଲିଥିବା ୨,୨୬,୦୦୦ ସରକାରୀ ପଦ ପୂରଣ କଲେ, ଆର୍ଥିକ ଅବସ୍ଥା ଆହୁରି ଖରାପ ହୋଇଯିବ ବୋଲି ସେ ଆଶଙ୍କା କରିଥିଲେ। ବିଧାୟକ ମୁକେଶ ମହାଲିଙ୍ଗ କହିଥିଲେ ଯେ ରାଜ୍ୟ ସରକାରଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିଥିଲେ ରାଜ୍ୟର ୬୦ ପ୍ରତିଶତ ଅର୍ଥ ବଳକା ରହିପାରିଥାନ୍ତା। ବିଧାୟିକା କୁସୁମ ଟେଟେ କହିଥିଲେ ଯେ କେବଳ ଖଣି ବିକ୍ରିରେ ସରକାର ଚାଲିଥିବାବେଳେ ଏଠି ମନ୍ତ୍ରୀ, ନେତା ଧନୀ କିନ୍ତୁ ସାଧାରଣ ଲୋକ ଗରିବ ରହିଛି।

ବିଧାୟକ ଶଶୀଭୂଷଣ ବେହେରା କହିଥିଲେ ଯେ, ରାଜ୍ୟର ଆର୍ଥିକ ପରିଚାଳନା ଶୃଙ୍ଖଳିତ ଅଛି। କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସ ସତ୍ତ୍ୱେ ରାଜ୍ୟରେ ବିକାଶ କାର୍ଯ୍ୟ ଚାଲିଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉକ୍ତି ‘ଟଙ୍କା କ’ଣ ଗଛରେ ଫଳେ’ ଉଠାଇ ସେ କଂଗ୍ରେସକୁ ସମାଲୋଚନା କରିଥିଲେ। ବିଧାୟକ ସୁବାସ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବେହେରା ସରକାରଙ୍କ ଆର୍ଥିକ ପରିଚାଳନା ସପକ୍ଷରେ କହିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ୨୦୦୫-୦୬ରୁ ଓଡ଼ିଶାର ରାଜସ୍ୱ ବଳକା ହୋଇଛି। ବିକାଶ କାର୍ଯ୍ୟ ଲାଗି ସରକାର ଋଣ କରୁଛନ୍ତି। ରାଜ୍ୟ ଋଣ ପୋଷଣୀୟ ସ୍ଥିତିରେ ରହିଛି। ୧୯୯୯-୨୦୦୦ରେ ରାଜ୍ୟରେ ମୁଣ୍ଡପିଛା ଋଣ ୪,୯୧୮ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୨୨,୦୪୨ଟଙ୍କାରେ ପହଞ୍ଚିଛି। ମୁଣ୍ଡ ପିଛା ଆୟ ମଧ୍ୟ ବୃଦ୍ଧି ପାଇଛି। ୧୯୯୯-୨୦୦୦ରେ ରାଜ୍ୟରେ ମୁଣ୍ଡପିଛା ଆୟ ୧୩,୦୧୨ ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୧,୨୭,୦୦୦ ଟଙ୍କାରେ ପହଞ୍ଚିଛି। ଋଣ ପରିଚାଳନା କ୍ଷେତ୍ରରେ ସଂସ୍କାର ଅଣାଯାଇଥିବାରୁ ଦେଶରେ ଓଡ଼ିଶା ଆଦର୍ଶ ରାଜ୍ୟ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories