www.samajalive.in
Sunday, December 14, 2025
17.1 C
Bhubaneswar

ଏନସିସି ପକ୍ଷରୁ ଶୌର୍ଯ୍ୟ ଉତ୍ସବ ପାଳିତ

ସମ୍ବଲପୁର: ସମ୍ବଲପୁର ସ୍ଥିତ ଏନସିସି ବାଟାଲିଏନ ପକ୍ଷରୁ କର୍ଣ୍ଣେଲ ସି. ସି. ନାଗ ଙ୍କ ନିର୍ଦ୍ଦେଶରେ ୫ ଓଡ଼ିଶା ବାଟାଲିଏନ ଦ୍ୱାରା ଶୌର୍ଯ୍ୟ ଉତ୍ସବ ପାଳିତ ହୋଇଯାଇଛି। ଗତ ୧୬ ତାରିଖରୁ ୨୬ ଜୁଲାଇ କାରଗିଲ ଦିବସ ପର୍ଯ୍ୟନ୍ତ ଆୟୋଜିତ ଏହି ଶୌର୍ଯ୍ୟ ଉତ୍ସବ ଅବସରରେ ଏକ ମେଗା ସାଇକ୍ଲୋଥନ ହୋଇଥିଲା। କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ସମସ୍ତ ଏନସିସି ଅଧିକାରୀ, ଏଏନଓ, ପିଏଲ କର୍ମଚାରୀ ଓ ୪୮୨ ଜଣ କ୍ୟାଡେଟ ସାଇକ୍ଲୋଥନରେ ଭାଗ ନେଇଥିଲେ। ସାଇକ୍ଲୋଥନକୁ ସେନା ପଦକ ବିଜେତା ତଥା ଗ୍ରୁପ କମାଣ୍ଡର ଅମିତାଭ ରାୟ ପତାକା ଦେଖାଇ ପୁର୍ବାହ୍ନ ୮ଟାରେ ସ୍ଥାନୀୟ ଭିଏସଏସ ଷ୍ଟାଡିୟମ ଠାରେ ଉଦଘାଟନ କରିଥିଲେ। ଅଂଶଗ୍ରହଣକାରୀ ମାନେ ୪୦ କିମି ଦୂରତା ଅତିକ୍ରମ କରି ଏନସିସିର ଗ୍ରୁପ ମୁଖ୍ୟାଳୟରୁ ବାହାରି ଗୋଶାଳା ସ୍ଥିତ ସୈନିକ ସ୍କୁଲ ପର୍ଯ୍ୟନ୍ତ ଯାଇ ପୁର୍ନବାର ଫେରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ବିଭିନ୍ନ ବିଦ୍ୟାଳୟର କ୍ୟାଡେଟ ମାନେ ଉତ୍ସାହର ସହିତ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories