ପାଟଣା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ପରେ ଖିରେଇଟାଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଖୀରେଇଟାଙ୍ଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ବିଜୟ ଉତ୍ସବ ପାଳନ କରାଯାଇଛି। ଏହା ଛଡ଼ା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି। ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ପରେ ବିଦ୍ୟାଳୟ ପରିସରରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ମିଷ୍ଟାନ ବଣ୍ଟନ କରାଯାଇ ଥିଲା। ଏହି ବିଜୟ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ।
Popular Categories



