www.samajalive.in
Sunday, December 14, 2025
19.1 C
Bhubaneswar

ସରକାରୀ ଜମି ଜବରଦଖଲକୁ ନେଇ ଗଣ୍ଡଗୋଳ, ଜଣେ ଗୁରୁତର

ପାଟଣା:ସରକାରୀ ଜମି ଜବରଦଖଲ ନେଇ ସାହାରପଡ଼ା ବ୍ଲକ ଶଙ୍ଖୁଆ ପଞ୍ଚାୟତ ବୁଢ଼ାବଣ ଗ୍ରାମରେ ଘଟି ଜଣେ ଗୁରୁତର ହୋଇଛନ୍ତି।
ସାହାରପଡା ବ୍ଲକ ଶଙ୍ଖୁଆ ପଞ୍ଚାୟତ ବୁଢାବଣ ଗ୍ରାମର ବେନ୍ଦ୍ର ମହାନ୍ତ (୫୩)ଙ୍କୁ ୧୦ଜଣ ଆଦିବାସୀ ସଂପ୍ରଦାୟର ଲୋକେ ଆକ୍ରମଣ କରିଥିଲେ। ବୁଢାବଣ ଗ୍ରାମର ଦେବେନ୍ଦ୍ର ମହାନ୍ତ (୫୩) ଗାଁ ହୁଡ଼ା ନିକଟରେ ଏକ ସରକାରୀ ଜାଗାରେ ଚାଷ କରୁଥିବାବେଳେ ଆକ୍ରମଣର ଶୀକାର ହୋଇଥିଲେ। ଗ୍ରାମର ଆଦିବାସୀ ଲୋକେ ଏହି ସରକାରୀ ଜାଗାକୁ ରାସ୍ତା ପାଇଁ ଛାଡି ଦେବାକୁ କହିଥିଲେ। କିନ୍ତୁ ଦେବେନ୍ଦ୍ର ଏହାକୁ ନମାନି ଆଜି ସେ‌ଠାରେ ଚାଷ କରିବାରୁ ତାଙ୍କୁ ୧୦ଜଣ ଆଦିବାସୀ ସଂଘବଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ଚିକିତ୍ସା ପରେ ଦେବେନ୍ଦ୍ର ସାହାରପଡା ଫାଣ୍ଡିରେ ୮ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories