www.samajalive.in
Monday, December 15, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ (୨୬/୦୭/୨୦୨୨)

ମେଷ :  ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ଭାଷା ଓ ବ୍ୟବହାରର ମଧୁରିମାରେ ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

ବୃଷ : ପୁଣ୍ୟକର୍ମା ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ସ୍ବକର୍ମ ଭାଗ୍ୟ ନିୟନ୍ତ୍ରଣ କରିବ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।

ମିଥୁନ : ପ୍ରିୟ ବନ୍ଧୁ, ଆତ୍ମୀୟସ୍ବଜନ ଓ ଆମନ୍ତ୍ରିତ ବ୍ୟକ୍ତିବିଶେଷଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଭଲ ଆୟ ହେବ। ମୋକଦ୍ଦମାରେ ଜିଣି ଧନ ପ୍ରାପ୍ତ ହେବେ।

କର୍କଟ : କର୍ମଚଞ୍ଚଳ ରହିବେ। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ଅତିଥି ଚର୍ଚ୍ଚାରେ ଧନ ବ୍ୟୟ କରିପାରନ୍ତି।

ସିଂହ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବେ। ନମ୍ରତା ଆପଣଙ୍କୁ ମହାନ୍‌ କରିବ।

କନ୍ୟା : ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ କୁସୁମିତ କରିପାରନ୍ତି। ଦୟାର୍ଦ୍ରଚିତ୍ତ ହେବେ। ରାଜକୃପା ଲାଭ କରିବେ। ଯଶସ୍ବୀ ହେବେ।

ତୁଳା : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ପଡ଼ୋଶୀଙ୍କ ସହ ଶ୍ରଦ୍ଧା ଓ ବିଶ୍ବାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।

ବିଛା : ଶ୍ରମ ଓ ନିଷ୍ଠା ବଳରେ କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକତା।

ଧନୁ : ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ମହତ୍ତ୍ବ ଉପଲବ୍ଧି କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପାରିବାରିକ ସ୍ନେହ ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ।

ମକର : ସଂଯମତା ଆଚରଣ କଲେ ବଦ୍‌ଖର୍ଚ୍ଚରୁ ବଞ୍ଚିତ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦୃଶ୍ୟପଟରୁ ଲିଭିଯାଇପାରେ। ଚାକିରିରେ ସୁନାମ ଅର୍ଜନ କରିବେ।

କୁମ୍ଭ : ନୀତିଶିକ୍ଷା ଗନ୍ତାଘରର ପେଡ଼ି ଖୋଲି ଦେଇପାରନ୍ତି। ଭାଷା ନମନୀୟ ଓ କମନୀୟ ହେବ। ବ୍ୟକ୍ତି ଚେତନାକୁ ସ୍ବଚ୍ଛନ୍ଦ କରିପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ସୁଖ ଅଛି।

ମୀନ : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆଧ୍ୟାତ୍ମିକ ଯିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। କୃଷକମାନଙ୍କ ପଥ ପ୍ରଦର୍ଶକ ହେବେ। ଠାକୁରଙ୍କ ନିକଟରେ ପ୍ରେମ-ଭକ୍ତି ନିବେଦନ କରି ଆତ୍ମସନ୍ତୋଷ ଲାଭ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories