www.samajalive.in
Sunday, December 14, 2025
26.1 C
Bhubaneswar

ମୁଁ କୌଣସି ଦଳରେ ନାହିଁ : ଅର୍ପିତା

କଲକାତା : ପଶ୍ଚିମବଙ୍ଗ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ତଥା ମଡେଲ ଅର୍ପିତା ମୁଖାର୍ଜୀ କହିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ ସହିତ ଜଡିତ ନାହାନ୍ତି। ଆଇନ ଉପରେ ତାଙ୍କର ବିଶ୍ବାସ ଅଛି। ନିଯୁକ୍ତି ଦୁର୍ନୀତିର ତଦନ୍ତ ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅର୍ପିତାଙ୍କ ଘରେ ଚଢଉ କରି ୨୧ କୋଟି ନଗଦ ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ କରିଥିଲା। ଅର୍ପିତା ହେଉଛନ୍ତି ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ। ଅର୍ପିତା କହିଛନ୍ତି ଯେ ତାଙ୍କୁ ମିଳିଥିବା ଟଙ୍କା ପାର୍ଥ ଚାଟ୍ଟାର୍ଜୀଙ୍କର। ଏହି ଟଙ୍କା ଦିନେ ଦୁଇ ଦିନ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ହୋଇଥିଲା ମାତ୍ର ତଦନ୍ତକାରୀ ଏଜେନ୍ସି ଏହାକୁ ପଣ୍ଡ କରିଦେଇଥିଲା। ମାତ୍ର ଇଡି କହିଛି ଯେ ଜବତ ସମ୍ପତ୍ତିର ମାଲିକ ଉଭୟ ଅର୍ପିତା ଓ ପାର୍ଥ। ତଲାସ ବେଳେ ଉଭୟଙ୍କ ନାମରେ ମିଳିତ ସମ୍ପତ୍ତି ମାଲିକାନା କାଗଜପତ୍ର ଜବତ କରାଯାଇଛି। ଇଡି କହିଛି ଯେ ବେଆଇନ ଅର୍ଥ ମହଜୁଦ୍‌କୁ ଲୁଚାଇବା ଲାଗି ଅର୍ପିତା ୧୨ଟି ଜାଲ୍ କମ୍ପାନୀ ଚଳାଇଥିଲେ। ଅର୍ପିତାଙ୍କ ଜୋକା ଫ୍ଲାଟରେ ଚଢଉବେଳେ ଜାଲ୍ କମ୍ପାନୀ ଚଳାଇବା ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି। ଅର୍ପିତାଙ୍କ ବେଆଇନ କାର୍ଯ୍ୟକାଳପରେ ଓଡ଼ିଶା ଓ ତାମିଲନାଡୁର ଚଳଚ୍ଚିତ୍ର ପ୍ରଯୋଜକ ଜଡିତ ଥିବା ଇଡି କହିଛି। ଅନ୍ୟପଟେ ଗିରଫ ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ବର ଏମ୍ସର ରିପୋର୍ଟ ଅନୁଯାୟୀ ପାର୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି। ତାଙ୍କର ଡାକ୍ତରଖାନାରେ ରହିବାର ଆବଶ୍ୟକତା ନାହିଁ। ଏମ୍ସର ରିପୋର୍ଟ ଆଧାରରେ ଇଡି ପାର୍ଥଙ୍କୁ ନିଜ ହେପାଜତକୁ ନେବାକୁ ଦାବି କରିଛି।
ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀଙ୍କ ଗିରଫ ସମ୍ପର୍କରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୋମବାର ମମତା କହିଛନ୍ତି ଯେ ମନ୍ତ୍ରୀ ପାର୍ଥଙ୍କ ଗିରଫକୁ ନେଇ ସେ ଦୁଃଖିତ। ଶିକ୍ଷା ମନ୍ତ୍ରୀ ଥିବା ସମୟରେ ପାର୍ଥ ଏପରି ଦୁର୍ନୀତି କରିଥିବା ସେ ବିଶ୍ବାସ କରିପାରୁ ନାହାନ୍ତି। ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇ ପାର୍ଥ ଦଣ୍ଡିତ ହେଲେ ମଧ୍ୟ ସେ ବିଚଳିତ ହେବେ ନାହିଁ ବୋଲି ମମତା କହିଛନ୍ତି। ସେ କହିଛନ୍ତି ଯେ ‘ମୁଁ ଦୁର୍ନୀତିକୁ ପ୍ରଶ୍ରୟ ଦିଏ ନାହିଁ। ଯିଏ ଦୋଷୀ ସିଏ ଦଣ୍ଡିତ ହେଉ। ଦଳ ମଧ୍ୟ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ମାତ୍ର ଘଟଣାକୁ ନେଇ ତାଙ୍କ ବିରୋଧରେ ଯେଉଁ ଅପପ୍ରଚାର ଚାଲିଛି ତାହା ଠିକ୍ ନୁହେଁ।’

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories