www.samajalive.in
Monday, December 15, 2025
17.1 C
Bhubaneswar

ପାର୍ଥଙ୍କ ସ୍ବାସ୍ଥ୍ୟଗତ ଜଟିଳତା ନାହିଁ : ଏମ୍‌ସ

ଭୁବନେଶ୍ବର : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ବାରା ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମେଡିକାଲ ରିପୋର୍ଟ ଝଟ୍‌କା ଦେଇଛି। ଶ୍ରୀ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଭୁବନେଶ୍ବର ଏମ୍ସରେ ହୋଇଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ଏମ୍ସରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ତେବେ ତାଙ୍କୁ ଆଜି ଏମ୍ସରେ ରଖାଯିବ ଓ ଆସନ୍ତାକାଲି ସକାଳେ ବିମାନ ଯୋଗେ କୋଲକାତା ନିଆଯିବ ବୋଲି ସୂଚନା ମିଳିଛି।
ସୂଚନା ମୁତାବକ, କୋଲକାତା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ସୋମବାର ସକାଳେ ଭୁବନେଶ୍ବରକୁ ପାର୍ଥଙ୍କୁ ଏୟାର ଲିଫ୍ଟ କରି ଅଣାଯାଇଥିଲା। ହ୍ବିଲ୍‌ ଚେୟାରରେ ବସି ବିମାନବନ୍ଦର ବାହାରକୁ ଆସିବା ପରେ ସ୍ବତନ୍ତ୍ର ରୋଗୀବୁହା ଯାନ ଜରିଆରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ଅପରାହ୍ଣ‌େ‌ର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ପାର୍ଥଙ୍କଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ନଥିବା ଜଣାପଡ଼ିଥିଲା। ଭୁବନେଶ୍ବର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ଆଶୁତୋଷ ବିଶ୍ବାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମେ ସ୍ବାସ୍ଥ୍ୟ ପରୀକ୍ଷା କଲୁ, ରିପୋର୍ଟ ଉଚ୍ଚ ନ୍ୟାୟାଳୟରେ ଦାଖଲ ହେବ। ପାର୍ଥଙ୍କ ଯାହା କିଛି ପୁରୁଣା ରୋଗ ଥିଲା, ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଛାତିରେ ଯନ୍ତ୍ରଣା ସେତେ ଅଧିକ ନଥିଲା। ଆମେ ତାଙ୍କୁ ଡିସ୍‌ଚାର୍ଜ ପାଇଁ ପରାମର୍ଶ ଦେଇଛୁ। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ
ଆସିବା ପରେ ଏହାକୁ ଆଭାସି ମାଧ୍ୟମରେ ଇଡି କୋର୍ଟରେ ଦାଖଲ କରିଛି। ପାର୍ଥଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ ଓ ସେ ଏପରି କରି ତଦନ୍ତରୁ ବାହାରେ ରହିବାକୁ ପ୍ରୟାସ କରୁଥିବା ମଧ୍ୟ କୋର୍ଟଙ୍କୁ ଅବଗତ କରିଛି ତଦନ୍ତକାରୀ ସଂସ୍ଥା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥଙ୍କୁ ଇଡି ଇଡି ଗିରଫ କରିବା ପରେ ଅସୁସ୍ଥତା ଦର୍ଶାଇ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାକୁ ଚାଲେଞ୍ଜ କରି ଇଡି ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories