କାଶୀପୁରର ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ
ଡେସ୍କ : ରାୟଗଡ଼ା ଜିଲ୍ଲା କାଶୀପୁରର ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରଭାବିତ ଗ୍ରାମ ପରିଦର୍ଶନ କରିଛନ୍ତି । ସେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ପ୍ରଭାବିତ ଗ୍ରାମ ପରିଦର୍ଶନ କରିବା ସହ ପରିସ୍ଥିତି ସମ୍ପର୍କରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, କାଶୀପୁର ବ୍ଲକ୍ର ବିଭିନ୍ନ ଗ୍ରାମରେ ହଇଜା ବ୍ୟାପିବା ଯୋଗୁଁ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି । ବର୍ତ୍ତମାନ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୫୬ ଜଣ ଚିକିତ୍ସିତ ହେଉଛନ୍ତି ।
Comments are closed.